ସରକାରୀ କାର୍‌ରେ ବ୍ୟକ୍ତିଗତ କାମ! ୧୦୦୦ ଟଙ୍କା ପୈଠ କରିବେ ହରିୟାଣା ଅଧିକାରୀ

Advertisment
ସରକାରୀ କାର୍‌ରେ ବ୍ୟକ୍ତିଗତ କାମ! ୧୦୦୦ ଟଙ୍କା ପୈଠ କରିବେ ହରିୟାଣା ଅଧିକାରୀ

ନୂଆଦିଲ୍ଲୀ: ସରକାରୀ ଗାଡ଼ିକୁ ବ୍ୟକ୍ତିଗତ କାମରେ ବ୍ୟବହାର କରିବାକୁ ଯୋଜନା କରୁଥିବା ହରିୟାଣା ରାଜ୍ୟର ସମସ୍ତ କର୍ମଚାରୀ ଏବେ ସେ ଭଳି ସୁବିଧା ପାଇଁ ୧୦୦୦ ଟଙ୍କା ଲେଖାଏଁ ପୈଠ କରିବେ।

ଶୁକ୍ରବାର ଦିନ ହରିୟାଣା ସରକାର ଏ ଭଳି ନିଷ୍ପତ୍ତି ନିଆଯାଇଥିବା କଥା ଘୋଷଣା କରିଛନ୍ତି। ପ୍ରଶାସନିକ ସଚିବ, ବୋର୍ଡ/କର୍ପୋରେସନ୍‌ର ପରିଚାଳନା ନିର୍ଦେଶକ, ବିଭାଗୀୟ ମୁଖ୍ୟ, ଓଏସ୍‌ଡି ରୁ ସିଏମ୍‌ ଯାଏଁ ଏବଂ ଅନ୍ୟ ଅଧିକାରୀମାନେ ପ୍ରତି ମାସରେ ୧୦୦୦ ଟଙ୍କା ଲେଖାଏଁ ଦେଇ ଏବେ ଆନୁଷ୍ଠାନିକ ଭାବେ ସରକାରୀ ଗାଡ଼ି ସର୍ବାଧିକ ୧୦୦୦ କିଲୋମିଟର୍‌ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ। ଗୁରୁବାର ଠାରୁ ଏହି ଆଦେଶ କାର୍ଯ୍ୟକାରୀ ହୋଇଛି।

ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମନୋହର ଲାଲା ଖଟ୍ଟାରଙ୍କୁ ପଚରା ଗଲା କି, ଦେଶବ୍ୟାପୀ ଇନ୍ଧନ ମୂଲ୍ୟ ଅତିରିକ୍ତ ବୃଦ୍ଧି ପାଇଥିବା ସମୟରେ ସରକାର ନିର୍ଦ୍ଧାରଣ କରିଥିବା ଦେୟ ଖୁବ୍‌ କମ୍‌ ହୋଇଯାଉଛି କି? ମୁଖ୍ୟମନ୍ତ୍ରୀ ମଉଜିଆ ଢଙ୍ଗରେ କହିଲେ: ପ୍ରଥମେ ସେମାନେ ପୈଠ କରନ୍ତୁ, ତା’ପରେ ଆମେ ତାଙ୍କ ଠାରୁ ଅଧିକ ଆଦାୟ କରିବୁ। ତାଙ୍କ ଠାରୁ ଟଙ୍କା ନେବା କ’ଣ ସହଜ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe