ସତ୍ୟେନ୍ଦ୍ର ଜୈନଙ୍କ ଗିରଫରେ କେଜ୍ରିୱାଲ୍‌ଙ୍କ ବୟାନ; ଏହା ସଂପୂର୍ଣ୍ଣ ମିଥ୍ୟା ଓ ରାଜନୈତିକ ଷଡ଼ଯନ୍ତ୍ର

Advertisment
ସତ୍ୟେନ୍ଦ୍ର ଜୈନଙ୍କ ଗିରଫରେ କେଜ୍ରିୱାଲ୍‌ଙ୍କ ବୟାନ; ଏହା ସଂପୂର୍ଣ୍ଣ ମିଥ୍ୟା ଓ ରାଜନୈତିକ ଷଡ଼ଯନ୍ତ୍ର

www.ndtv.com

ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିବା ପରେ ଏହି ମାମଲକୁ ନକଲି ବୋଲି ‌କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌। ସେ କହିଛନ୍ତି ‘ଏହା ସଂପୂର୍ଣ୍ଣ ନକଲି ଓ ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କରାଯାଇଛି। ଯଦି ଏ ଘଟଣା‌‌ରେ ଟିକେ ବି ସତ୍ୟତା ଥାଆନ୍ତା ତେବେ ମୁଁ ନିଜେ ହିଁ ସତ୍ୟେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି। ବ୍ୟକ୍ତିଗତ ଭାବେ ମାମଲାର ତଦନ୍ତ କରି ଜାଣିବାକୁ ପାଇଲି ଯେ ଏଥିରେ ଟିକେ ବି ସତ୍ୟତା ନାହିଁ।’

‌ପାଖାପାଖି ୧.୬୦ କୋଟି ଟଙ୍କା ହେରଫେର ମାମଲା ନେଇ ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌(ସିବିଆଇ) ଜୈନ୍‌ଙ୍କ ବିରୋଧରେ ୨୦୧୭ରେ ଏକ ମାମଲା ରୁଜୁ କରିଥିଲା। ପରେ ସିବିଆଇର ଏଫ୍‌ଆଇଆର୍‌କୁ ଭିତ୍ତି କରି ଇଡି ତଦନ୍ତ ଆରମ୍ଭ କରିଥିଲା।

ସତ୍ୟେନ୍ଦ୍ର ଜୈନ୍‌ ଆପ୍‌ର ଇନ୍‌-ଚାର୍ଜ ଥିବା ହେତୁ ଆଗାମୀ ହିମାଚଳ ପ୍ରଦେଶ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଗିରଫ କରାଯାଇଛି ବୋଲି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏକ ଟ୍ବିଟ୍‌ ଯୋଗେ କହିଛନ୍ତି।

ସେ ତାଙ୍କ ଟ୍ବିଟ୍‌ ଜରିଆରେ ଆହୁରି ବି କହିଛନ୍ତି ଯେ ‘ଗତ ୮ ବର୍ଷ ହେବ ସତ୍ୟେନ୍ଦ୍ର ଜୈନ୍‌ଙ୍କ ନାମରେ ଏକ ନକଲି ମାମଲା ରହିଛି। ସେ ନେଇ ପୂର୍ବରୁ ଇଡି ବହୁତ ଥର ପଚରାଉଚରା କରିଛି। କିଛି ସୂଚନା ନପାଇବାରୁ ଇଡି ଅନେକ ଦିନ ହେବ ଚୁପ୍‌ ରହିଥିଲା। ଏବେ ପୁଣି ଥରେ ଏହି ମାମଲା ମୁଣ୍ଡ ଟେକିବାର କାରଣ ହେଉଛି ସତ୍ୟେନ୍ଦ୍ର ଜୈନ୍‌ ହେଉଛନ୍ତି ହିମାଚଳ ପ୍ରଦେଶର ଇଲେକ୍ସନ-ଇନ୍‌-ଚାର୍ଜ। ହିମାଚଳ ପ୍ରଦେଶରେ ବିଜେପିର ପ୍ରଦର୍ଶନ ଖରାପ ରହିଥିବାରୁ ଉଦ୍ଦେଶ୍ୟମୂଳକ ଭାବେ ଜ‌ୈନ୍‌କୁ ଗିରଫ କରାଯାଇଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe