ସିନା ବୋରା ହତ୍ୟାକାଣ୍ଡ : ପିଟର ମୁଖାର୍ଜିଙ୍କୁ ଜାମିନ ମିଳିଲା

Advertisment
ସିନା ବୋରା ହତ୍ୟାକାଣ୍ଡ : ପିଟର ମୁଖାର୍ଜିଙ୍କୁ ଜାମିନ ମିଳିଲା

ମୁମ୍ବାଇ : ସିନା ବୋରା ହତ୍ୟାକାଣ୍ଡ ଅଭିଯୁକ୍ତ ତଥା ପୂର୍ବତନ ମିଡିଆ ଉଦ୍ୟୋଗୀ ପିଟର ମୁଖାର୍ଜିଙ୍କୁ ଜାମିନ ମିଳିଛି । ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସେ ଗତ ୪ ବର୍ଷ ହେଲା ଜେଲରେ ଥିଲେ ।

ତାଙ୍କୁ ଜାମିନ ପ୍ରଦାନ କରି ହାଇକୋର୍ଟ କହିଛନ୍ତି ଯେ ଏହି ହତ୍ୟାକାଣ୍ଡରେ ସାମିଲ ହେବା ନେଇ ପିଟରଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ନାହିଁ । କିନ୍ତୁ ସିବିଆଇର ଅନୁରୋଧକ୍ରମେ କୋର୍ଟ ଏହି ଜାମିନକୁ ୬ ମାସ ପାଇଁ ସ୍ଥଗିତ ରଖିଥିଲେ । ସିନାବୋରା ହତ୍ୟାକାଣ୍ଡ ମାମଲାରେ ଗତ ୨୦୧୫, ନଭେମ୍ବର ୧୯ରେ ପିଟର ମୁଖାର୍ଜି ଗିରଫ ହୋଇଥିଲେ ।

ଉଲ୍ଲେଖଯୋଗ୍ୟ, ପିଟରଙ୍କୁ ଦ୍ୱିତୀୟ କରିବା ପୂର୍ବରୁ ଇନ୍ଦ୍ରାଣୀ ତାଙ୍କର ପ୍ରଥମ ସ୍ୱାମୀ ସଞ୍ଜୀବ ଖାନ୍ନାଙ୍କ ଔରସରୁ କନ୍ୟା ସିନା ବୋରାଙ୍କୁ ଜନ୍ମ ଦେଇଥିଲେ। ତେବେ, ପିଟରଙ୍କୁ ଇନ୍ଦ୍ରାଣୀ ଦ୍ୱିତୀୟ ବିବାହ କରିବା ପରେ ଗତ ୨୦୧୨ ଅପ୍ରେଲରେ ୨୪ ବର୍ଷ ବୟସ୍କା ସିନା ବୋରାଙ୍କୁ ଅପହରଣ କରି ନିଆଯିବା ପରେ ତାଙ୍କୁ ହତ୍ୟା କରି ଜଙ୍ଗଲ ମଧ୍ୟରେ ଫିଙ୍ଗି ଦିଆ ଯାଇଥିଲା । ଏହି ହତ୍ୟା ଘଟଣା ସଂପର୍କରେ କେହି କୌଣସି ପ୍ରକାରର ସାମାନ୍ୟତମ ଟେର ସୁଦ୍ଧା ପାଇ ପାରି ନଥିଲେ। ତେବେ, ଏହି ହତ୍ୟା ଘଟଣାରେ ଅନ୍ୟତମ ସହଯୋଗୀ ଥିବା ଶ୍ୟାମଭର ରାଏ ନାମକ ଜନୈକ ଅପରାଧୀ ୨୦୧୫ ଅଗଷ୍ଟରେ ଅନ୍ୟ ଏକ ଅପରାଧରେ ମୁମ୍ବାଇ ପୁଲିସ୍ ହାତରେ ଗିରଫ ହେବାପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe