ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଦେଶରେ ଦୁଇ ସନ୍ତାନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମାମଲା ଆଗତ

Advertisment
ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଦେଶରେ ଦୁଇ ସନ୍ତାନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମାମଲା ଆଗତ

The Caravan

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବଢ଼ି ଚାଲିଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଦେଶରେ ଦୁଇ ସନ୍ତାନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଆଜି (ମଙ୍ଗଳବାର) ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ଆଗତ ହୋଇଛି।

ଅଶ୍ୱିନୀ ଉପାଧ୍ୟାୟ ନାମକ ଜନୈକ ଆଇନ୍‌ଜୀବୀ ଆଗତ କରିଥିବା ଏହି ମାମଲାରେ ଅଭିଯୋଗ କରି କହିଛନ୍ତି ଯେ ‘ନ୍ୟାସନାଲ କମିଶନ ଟୁ ରିଭ୍ୟୁ ଦି ଓ୍ଵାର୍କିଂ ଅଫ୍‌ ଦି କନଷ୍ଟିଚ୍ୟୁସନ୍‌’ ତାଙ୍କର ୨୪ତମ ପ୍ରସ୍ତାବରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଦୁଇ ସନ୍ତାନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ସରକାର ଏହାକୁ ଅଦ୍ୟାବଧି କାର୍ଯ୍ୟକାରୀ କରି ନାହାନ୍ତି।

publive-image

ଏ ପରିସ୍ଥିତିରେ ଦେଶରେ ଦ୍ରୁତ ଗତିରେ ବଢ଼ି ଚାଲିଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସରକାର, ସରକାରୀ ଚାକିରୀରେ ନିଯୁକ୍ତି, ସରକାରୀ ସାହାଯ୍ୟ, ସବ୍‌ସିଡି ଆଦି ପ୍ରଦାନ କ୍ଷେତ୍ରରେ ଲାଗୁ କରିବା ସହ ଦୁଇ ଅଧିକ ସନ୍ତାନ ଥିବା ଦମ୍ପତିଙ୍କ ଠାରୁ ମତଦାନ ଅଧିକାର, ନିର୍ବାଚନରେ ଲଢ଼ିବାର ଅଧିକାର, ସଂପତ୍ତି ଅଧିକାର ଆଦିକୁ ପ୍ରତ୍ୟାହାର କରିନେବା ସହ ସରକାରୀ ସ୍ତରରେ ମିଳୁଥିବା ସମସ୍ତ ପ୍ରକାରର ଦେୟମୁକ୍ତ ସୁବିଧା ସୁଯୋଗରୁ ବଞ୍ଚିତ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆଗତ ଯାଚିକାରେ ଆବେଦନ କରିଛନ୍ତି।
ଏହି ମାମଲାର ଶୁଣାଣି ଦିଲ୍ଲୀ ହାଇକୋର୍ଟ ଆସନ୍ତା ଗୁରୁବାର ଦିନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe