ନୂପୁର ଶର୍ମାଙ୍କୁ ଗିରଫ ପାଇଁ ଆବେଦନ ସୁପ୍ରିମକୋର୍ଟ‌ରେ ଖାରଜ

ନୂପୁର ଶର୍ମାଙ୍କୁ ଗିରଫ ପାଇଁ ଆବେଦନ ସୁପ୍ରିମକୋର୍ଟ‌ରେ ଖାରଜ

ନୂଆଦିଲ୍ଲୀ : ପୂର୍ବତନ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ଗିରଫ ଦାବି ସହ ତାଙ୍କ ବିରୋଧରେ ନିରପେକ୍ଷ ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। କିନ୍ତୁ କୋର୍ଟ ଏହି ଆବେଦନକୁ ଶୁଣାଣି ପାଇଁ ଗ୍ରହଣ ନକରି ଏହାକୁ ଖାରଜ କରିଦେଇଛନ୍ତି। ପ୍ରଫେଟ ଟିପ୍ପଣୀ ସଂକ୍ରାନ୍ତରେ ନୂପୁରଙ୍କ ବିରୋଧରେ ଏକ ବିସ୍ତୃତ ତଦନ୍ତ ଦାବି କରି ଜଣେ ଆଇନଜୀବୀ ତାଙ୍କ ବିରୋଧରେ କୋର୍ଟରେ ଆବେଦନ କରିଥିଲେ। ପ୍ରଧାନ ବିଚାରପତି ୟୁ ୟୁ ଲଳିତଙ୍କ ଖଣ୍ଡପୀଠ ଶର୍ମାଙ୍କ ବିରୋଧରେ ଥିବା ଆବେଦନର ଶୁଣାଣି ପାଇଁ ମନା କରିବା ସହ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।

ଉଲ୍ଲେଖଯୋଗ୍ୟ, ଆଇନଜୀବୀ ଅବୁ ସୋହେଲ ଶର୍ମାଙ୍କ ବିରୋଧରେ ଆବେଦନ କରିଥିଲେ। ଖଣ୍ଡପୀଠ ଆଇନଜୀବୀ ସୋ‌ହେଲଙ୍କୁ କହିଥିଲେ ଯେ ଶର୍ମାଙ୍କ ବିରୋଧରେ ତାଙ୍କ ଆବେଦନ ହାନିକାରକ ନହେଲେ ମଧ୍ୟ ଏହାର ଦୂରଗାମୀ ଫଳାଫଳ ଭୋଗିବାକୁ ପଡ଼ିବ। ପୂର୍ବରୁ ନୂପୁର ଶର୍ମାଙ୍କ ବିରୋଧ‌ରେ ଦେଶର ବିଭିନ୍ନ ସ୍ଥାନରେ ଥିବା ଏତଲାକୁ କୋର୍ଟ ଦିଲ୍ଲୀ ପୁଲିସକୁ ସ୍ଥାନାନ୍ତର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe