ପିଟର ହିସ୍‌ଙ୍କ ପିଟିସନ୍‌ ସୁପ୍ରିମକୋର୍ଟରେ ଖାରଜ

Advertisment
ସୁପ୍ରିମ୍‌କୋର୍ଟରେ ଭିଭିପିଏଟି ଶୁଣାଣି: ନିର୍ବାଚନ କମିସନ ଉପରେ ଭରସା ରଖ

Image Courtesy of The Times of India

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ପିଟର ହିସ୍‌ଙ୍କ ରିଟ୍‌ ପିଟିସନ୍‌କୁ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଅଜୟ ରସ୍ତୋଗି ଓ ବିଚାରପତି ବିଭି ନାଗରତ୍ନାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ପିଟିସନକୁ ଖାରଜ କରିବା ସହିତ ଆବେଦନକାରୀଙ୍କୁ ଆଇନ ଅନୁସାରେ ଉପାୟ ଖୋଜିବାର ସୁଯୋଗ ଦେଇଛନ୍ତି। ନିଜକୁ ଲେଖକ, ଶ୍ରୀଅରବିନ୍ଦ ଆଶ୍ରମ ଅଭିଲେଖାଗାର, ପୁଡ଼ୁଚେରୀର ପ୍ରତିଷ୍ଠାତା ବୋଲି ଦାବି କରୁଥିବା ଆମେରିକା ଜନ୍ମିତ ପିଟରଙ୍କ ଦ୍ବାରା ଲେଖାଯାଇଥିବା ପୁସ୍ତକ ‘ ଦି ଲିଭ୍‌ସ ଅଫ୍‌ ଶ୍ରୀଅରବିନ୍ଦ’ ଆମେରିକାର କଲମ୍ବିଆ ଯୁନିଭର୍ସିଟି ପ୍ରେସ ଦ୍ବାରା ପ୍ରକାଶ କରାଯାଇଛି। ପୁସ୍ତକରେ ଶ୍ରୀଅରବିନ୍ଦଙ୍କ ବ୍ୟକ୍ତିତ୍ବ ଓ ଚରିତ୍ରକୁ ନେଇ ଉପସ୍ଥାପନ ବିବାଦୀୟ ହୋଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ଓଡ଼ିଶାରେ ବ୍ୟାପକ ହୋ ହଲ୍ଲା ହୋଇଥିଲା। ୨୦୦୮ ନଭେମ୍ବରରେ ପେଙ୍ଗୁଇନ ବୁକ୍‌ସ ଇଣ୍ଡିଆ ଲିମିଟେଡ ଦ୍ବାରା ପୁସ୍ତକର ଉନ୍ମୋଚନ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରାଳୟ ଓ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପାଖରୁ ଏନ୍‌ଓସି ହାସଲ ନକରି ପୁସ୍ତକ ଲେଖାଯାଇଥିବାରୁ ଓଡ଼ିଶା ହାଇକୋର୍ଟ ନଭେମ୍ବର ୪, ୨୦୦୮ରେ ‌ପୁସ୍ତକର ପ୍ରକାଶନ ନେଇ ପେଙ୍ଗୁଇନ ବୁକ୍‌ସ ଇଣ୍ଡିଆ ଲିମିଟେଡ୍‌ ଉପରେ କଟକଣା ଜାରି କରିଥିଲେ।

ଏହା ପରେ ଓଡ଼ିଶା ସରକାର ଏପ୍ରିଲ ୯, ୨୦୦୯ରେ ପୁସ୍ତକ ଉପରେ ନିଷେଧାଦେଶ ଲଗାଇଥିଲେ। ନିଷେଧାଦେଶ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗେଜେ‌ଟ୍‌ ବିଜ୍ଞପ୍ତି ମଧ୍ୟ ପ୍ରକାଶିତ ହୋଇଥିଲା। ପୁସ୍ତକ ଉପରେ ନିଷେଧାଦେଶ ଲଗାଯିବା ବିରୋଧରେ ୨୦୧୨ରେ ପିଟରଙ୍କ ଦ୍ବାରା ଓଡ଼ିଶା ହାଇକୋର୍ଟରେ ପିଟିସନ ଦାଖଲ କରାଯାଇଥିଲା। ପିଟରଙ୍କ ପାଇଁ ସୁପ୍ରିମକୋର୍ଟରେ ଶିବଶଙ୍କର ମିଶ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe