ଆମକୁ ଭାରତରେ ପଢ଼ିବାର ସୁଯୋଗ ଦିଅ, ପ୍ରଧାନମନ୍ତ୍ରୀଙ୍କୁ ୟୁକ୍ରେନ୍-ଫେରନ୍ତା ମେଡିକାଲ ଛାତ୍ରଙ୍କ ଆବେଦନ

Advertisment
ମନ୍‌ କୀ ବାତ୍ ପାଇଁ ବିଚାର ଓ ମତାମତ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

ivemint.com

ନୂଆଦିଲ୍ଲୀ : ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌ରୁ ଜୀବନ ନେଇ ଫେରିଥିବା ଭାରତୀୟ ମେଡିକାଲ ଛାତ୍ରମାନେ ଜୀବନ ତ ପାଇଲେ କିନ୍ତୁ ଯେଉଁ କ୍ୟାରିୟର ଗଢ଼ିବାକୁ ସେମାନେ ବିଦେଶ ଯାଇଥିଲେ ତାହା ଅଧା ବାଟରେ ଅଟକିଯାଇଛି। ଏଥିରେ ଅନେକ ଛାତ୍ର ମାନସିକ ଦୁଶ୍ଚିନ୍ତା ଓ ଅବସାଦଗ୍ରସ୍ତ ହୋଇପଡ଼ିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଏହା ଉପରେ କିଛି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ଏହି ଛାତ୍ରମାନେ ଦିଲ୍ଲୀରେ ଏକ ପାଞ୍ଚଦିନିଆ ଅନଶନରେ ବସିଛନ୍ତି।

ଜନୈକ ୟୁକ୍ରେନ୍‌ଫେରନ୍ତା ତୃତୀୟ ବାର୍ଷିକ ମେଡିକାଲ ଛାତ୍ର ମହମ୍ମଦ ଅକିଲ ରାଜା କହିଛନ୍ତି,- ଆମେ ସରକାରଙ୍କୁ ଅନୁରୋଧ କରୁଛୁ, ଆମକୁ ଭାରତରେ ମେଡିକାଲ ପଢ଼ିବାକୁ ସୁଯୋଗ ଦିଅନ୍ତୁ। ଜୁଲାଇ ୨୩ରୁ ରାମଲୀଳା ମୈଦାନରେ ଅନଶନରତ ୟୁକ୍ରେନ୍‌ ଫେରନ୍ତା ମେଡିକାଲ ଛାତ୍ରମାନେ ଏହି ଆନ୍ଦୋଳନ ୨୭ ଯାଏ ଜାରି ରଖିବେ। ପୂର୍ବରୁ ଅଭିଭାବକମାନେ ଏକାଧିକ ବାର ପ୍ରତିବାଦ କରିବା ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖିଥିଲେ ମଧ୍ୟ କିଛି ଲାଭ ହୋଇ ନ ଥିଲା। ଗତ ମାସରେ ବି କେତେକ ଛାତ୍ର ଯନ୍ତରମନ୍ତରରେ ଅନଶନ କରିଥିଲେ। ସେମାନଙ୍କ ଦାବି ହେଉଛି, ୟୁକ୍ରେନ୍‌ଫେରନ୍ତା ମେଡିକାଲ ଛାତ୍ରଙ୍କ ସଂଖ୍ୟା (ଶେଷ ବର୍ଷର ଛାତ୍ରଙ୍କୁ ଛାଡ଼ି) ହେଉଛି ପ୍ରାୟ ୧୨,୦୦୦ ଏବଂ ଭାରତରେ ପ୍ରାୟ ୬୦୦ ମେଡିକାଲ କଲେଜ ଅଛି। ଯଦି ଗୋଟିଏ କଲେଜରେ ୨୦ ଜଣ ଛାତ୍ରଙ୍କୁ ନିଆଯାଏ ତେବେ ୧୨,୦୦୦ ଛାତ୍ରଙ୍କ ଭବିଷ୍ୟତ ସୁରକ୍ଷିତ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe