ଅରବିନ୍ଦ କେଜ୍ରିୱାଲ୍‌ଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

Advertisment
ଅରବିନ୍ଦ କେଜ୍ରିୱାଲ୍‌ଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

www.ndtv.com

ନୂଆଦିଲ୍ଲୀ: ସୋମବାର ଦିନ ଦିଲ୍ଲୀ ହାଇକୋର୍ଟ ତିହାର ଜେଲ୍‌ରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି।

ପୁଣିଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନିରାଶା ମିଳିଛି । କାରଣ ତାଙ୍କ ପାଇଁ ହୋଇଥିବା ଅନ୍ତରୀଣ ଜାମିନ୍ ଆବେଦନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଓଲଟା ତାଙ୍କ ପାଇଁ ଜାମିନ ଆବେଦନ କରିଥିବା ଓକିଲଙ୍କ ଉପରେ ଜରିମାନା ଲଗାଇଛନ୍ତି କୋର୍ଟ।

ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ ପାଇଁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ଦିଲ୍ଲୀ ହାଇକୋର୍ଟରେ ହୋଇଛି। କୋର୍ଟ କେଜ୍ରିଓ୍ଵାଲଙ୍କ ଜାମିନ ଆବେଦନକୁ ଖାରଜ କରିବା ସହ ଆବେଦନକାରୀ ଓକିଲଙ୍କୁ ୭୫ ହଜାର ଟଙ୍କା ଜରିମାନା କରିଛନ୍ତି।

କେଜ୍ରିୱାଲଙ୍କ ପାଇଁ ପିଟିସନ୍ ଦାଏର କରିଥିବା ଓକିଲଙ୍କ ଉପରେ ବର୍ଷିଛନ୍ତି ହାଇକୋର୍ଟ । ଏହି ଆବେଦନ ଆଦୌ ଗ୍ରହଣୀୟ ନୁହେଁ। ଏଭଳି ଆବେଦନ ଦାଖଲ କରିଥିବା ବ୍ୟକ୍ତି ଜଣକ କିଏ ବୋଲି ପ୍ରଶ୍ନ କରିଛନ୍ତି ଅଦାଲତ । ଏହି ଆବେଦନ ଲୋକଲୋଚନକୁ ଆସିବା ପାଇଁ କରାଯାଇଛି ବରଂ ଏହା ସମ୍ପୂର୍ଣ୍ଣ ବିଭ୍ରାନ୍ତିକର ବୋଲି କୋର୍ଟ କହିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe