ପୁରୁଷ କମିସନ ଗଠନ ପାଇଁ ସୁପ୍ରିମକୋର୍ଟରେ ଆବେଦନ

Advertisment

ଘରୋଇ ହିଂସା ପାଇଁ ବିବାହିତ ପୁରୁଷଙ୍କ ଆତ୍ମହତ୍ୟା ବଢ଼ୁଛି

ଘରୋଇ ହିଂସା ପାଇଁ ବିବାହିତ ପୁରୁଷଙ୍କ ଆତ୍ମହତ୍ୟା ବଢ଼ୁଛି

ନୂଆଦିଲ୍ଲୀ : ‘ଜାତୀୟ ପୁରୁଷ କମିସନ’ ଗଠନ ଦାବିରେ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଛି। ଆଇନଜୀବୀ ମହେଶ କୁମାର ତିୱାରୀ ସୁପ୍ରିମକୋର୍ଟରେ ଏହି ଆବେଦନ କରିଛନ୍ତି। ୨୦୨୧ ଏନ୍‌ସିଆରବି ତଥ୍ୟ ଦର୍ଶାଇ ତିୱାରୀ କହିଛନ୍ତି, ଏହି ବର୍ଷ ଦେଶରେ ୧, ୬୪,୦୩୩ ଆତ୍ମହତ୍ୟା ହୋଇଥିଲା। ଏଥିମଧ୍ୟରୁ ୮୧,୦୬୩ ଜଣ ବିବାହିତ ପୁରୁଷ ଆତ୍ମହତ୍ୟା କରିଥିଲେ। ୨୮,୬୮୦ ମହିଳା ଆତ୍ମହତ୍ୟା କରିଥିଲେ। ପ୍ରାୟ ୩୩.୨ ପ୍ରତିଶତ ପୁରୁଷ ପାରିବାରିକ ସମସ୍ୟା ପାଇଁ ଜୀବନ ହରାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ବିବାହ ଜନିତ ସମସ୍ୟା ପାଇଁ ୪.୮ ପ୍ରତିଶତ ଆତ୍ମହତ୍ୟା କରିଥିଲେ।

ତେବେ ବିବାହିତ ପୁରୁଷଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଏନ୍‌ଏଚ୍‌ଆରସି(ଜାତୀୟ ମାନବାଧିକାର କମିସନ୍‌) କିଛି ପଦକ୍ଷେପ ଗ୍ରହଣ କରିବାପାଇଁ ଆବେଦନ‌ରେ ଦର୍ଶାଯାଇଛି। ଘରୋଇ ହିଂସାର ଶିକାର ପୁରୁଷଙ୍କ ଅଭିଯୋଗ ରଖିବା ପାଇଁ କେନ୍ଦ୍ର ସରକାର ମଧ୍ୟ ନିର୍ଦ୍ଦିଷ୍ଟ ନିୟମାବଳି ଆଣିବାପାଇଁ ଆବେଦନରେ ଦର୍ଶାଯାଇଛି। ପ୍ରତି ଜିଲ୍ଲାରେ ଏଥିପାଇଁ ନୋଡାଲ ଅଫିସର ନିଯୁକ୍ତ କରିବାପାଇଁ ଆବେଦନକାରୀ ଆବେଦନରେ ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe