ଦେଶରେ ପ୍ରଥମ ଥର ପାଇଁ ପେଟ୍ରୋଲ ୧୦୦ ଟପିଲା

Advertisment
ପ୍ରଥମ ଥର ପାଇଁ ଦେଶରେ ୧୦୦ ଟଙ୍କା ଟପିଲା ପେଟ୍ରୋଲ୍‌ ଦର

ନୂଆଦିଲ୍ଲୀ: ଲଗାତାର ନବମ ଦିନ ପାଇଁ ତୈଳଦର ବୃଦ୍ଧି ପାଇବା ପରେ ଆଜି (ବୁଧବାର) ପ୍ରଥମ ଥର ପାଇଁ ରାଜସ୍ଥାନରେ ଲିଟର ପିଛା ପେଟ୍ରୋଲ ୧୦୦ ଟଙ୍କା ଅତିକ୍ରମ କରିଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଙ୍କ ଦ୍ୱାରା ଆଜି ଖୁଚୁରା ବ୍ୟବସାୟୀଙ୍କ ମୂଲ୍ୟ ବିଜ୍ଞପ୍ତି ଅନୁଯାୟୀ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୨୫ ପଇସା ବୃଦ୍ଧି କରାଯାଇଥିଲା।

ଅଧିକ ଟିକସକୁ ଆକର୍ଷିତ କରୁଥିବା ବ୍ରାଣ୍ଡେଡ୍‌ କିମ୍ବା ଆଡିଟିଭ୍‌ ଲେସ୍‌ ପେଟ୍ରୋଲ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଭଳି କେତେକ ସ୍ଥାନରେ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି। ରାଜସ୍ଥାନର ଶ୍ରୀଗଙ୍ଗନଗର ସହରରେ ପେଟ୍ରୋଲ ମୂଲ୍ୟ ଆଜି ଏକ ଲିଟର ପିଛା ୧୦୦.୧୩ କୁ ବୃଦ୍ଧି ପାଇଛି।

publive-image ETNow

ଅନ୍ୟପକ୍ଷରେ, ବୁଧବାର ମୂଲ୍ୟ ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୯.୫୪ ଏବଂ ଡିଜେଲ ୭୯.୯୫ ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୬ କୁ ବୃଦ୍ଧି ପାଇଥିବା ବେଳେ ଡିଜେଲର ମୂଲ୍ୟ ୮୬.୯୮ ରହିଛି।

ମଧ୍ୟପ୍ରଦେଶର ଅନୁପପୁରରେ ପେଟ୍ରୋଲର ଲିଟର ପିଛା ମୂଲ୍ୟ ୯୯.୯୦ ଏବଂ ଡିଜେଲର ମୂଲ୍ୟ ୯୦.୩୫ ରହିଛି। ରାଜସ୍ଥାନର ଶ୍ରୀଗଙ୍ଗନଗରରେ ବ୍ରାଣ୍ଡେଡ୍‌ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୨.୯୧ ଏବଂ ସମାନ ଗ୍ରେଡ୍‌ ଡିଜେଲର ମୂଲ୍ୟ ୯୫.୭୯ ରହିଛି। ଦିଲ୍ଲୀରେ ବ୍ରାଣ୍ଡେଡ୍‌ ପେଟ୍ରୋଲର ଦର ଲିଟର ପିଛ ୯୨.୩୭ ଏବଂ ସମାନ ଗ୍ରେଡ୍‌ ଡିଜେଲର ମୂଲ୍ୟ ୮୩.୨୪ ରହିଛି। ଆଜି ସିଧାସଳଖ ନବମ ଦିନରେ ପେଟ୍ରୋଲ ଲିଟର ପିଛା ଦରରେ ୨.୫୯ ଏବଂ ଡିଜେଲ ଲିଟର ପିଛା ୨.୮୨ ବୃଦ୍ଧି ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe