ପେଟ୍ରୋଲ୍‌, ଡିଜେଲ୍‌ ଦର ବୃଦ୍ଧି ରେକର୍ଡ: ମୁମ୍ବାଇ ଓ ଶ୍ରୀଗଙ୍ଗାନଗରରେ ୧୦୦ ଟଙ୍କା ଟପିଲା ପେଟ୍ରୋଲ୍‌ ଦର

Advertisment
ପେଟ୍ରୋଲ୍‌, ଡିଜେଲ୍‌ ଦର ବୃଦ୍ଧି ରେକର୍ଡ: ମୁମ୍ବାଇ ଓ ଶ୍ରୀଗଙ୍ଗାନଗରରେ ୧୦୦ ଟଙ୍କା ଟପିଲା ପେଟ୍ରୋଲ୍‌ ଦର

ନୂଆଦିଲ୍ଲୀ: ଆଜି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ଓ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଲିଟର୍‌ ପିଛା ପେଟ୍ରୋଲ୍‌ ଦର ୧୦୦ ଟଙ୍କା ଟପିଯାଇ ରେକର୍ଡ ସୃଷ୍ଟି କରିଛି। ମୁମ୍ବାଇରେ ଲିଟର୍‌ ପିଛା ପେଟ୍ରୋଲ୍‌ ଦର ଟ.୧୦୦.୧୯ ଓ ଶ୍ରୀଗଙ୍ଗାନଗରରେ ଲିଟର୍‌ ପିଛା ପେଟ୍ରୋଲ୍‌ ଦର ଟ.୧୦୫.୧୫ରେ ବିକ୍ରୟ ହେଉଛି। ସେହିଭଳି ମୁମ୍ବାଇରେ ଲିଟର୍‌ ପିଛା ଡିଜେଲ୍‌ ଦର ଟ.୯୨.୧୭ ଥିବା ବେଳେ  ଶ୍ରୀଗଙ୍ଗାନଗରରେ ଲିଟର୍‌ ପିଛା ଡିଜେଲ୍‌ ଦର ଟ. ୯୭.୯୯ ରହିଛି।

publive-image Image Courtesy of NDTV

ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ ସୂଚନା ଅନୁସାରେ, ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ୨୬ ପଇସା ବୃଦ୍ଧି ପାଇବାରୁ ଲିଟର ପିଛା ଟ. ୯୩.୬୮ ପେଟ୍ରୋଲ୍‌ ମୂଲ୍ୟ ଟ. ୯୩.୯୪ରେ ପହଞ୍ଚିଛି। ସେହିଭଳି ୨୮ ପଇସା ବୃଦ୍ଧି ପାଇବାରୁ ଲିଟର୍‌ ପିଛା ଟ. ୮୪.୬୧ ଡିଜେଲ୍‌ ଦର ଏବେ ଟ. ୮୪.୮୯ ହୋଇଯାଇଛି।

publive-image Image Courtesy of India Today

କୋଲ୍‌କାତାରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ଯଥାକ୍ରମେ ଟ.୯୩.୯୭ ଏବଂ ଟ.୮୭.୭୪, ଚେନ୍ନାଇରେ ଯଥାକ୍ରମେ ଟ. ୯୫.୫୧ ଏବଂ ଟ.୮୯.୬୫ ରହିଛି। ଏହା ବ୍ୟତିରେକେ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରର ଅନ୍ୟ କେତେକ ସହରରେ ମଧ୍ୟ ପେଟ୍ରୋଲ୍ ଦର ୧୦୦ ଟଙ୍କାରୁ ଊର୍ଦ୍ଧ୍ବରେ ବିକ୍ରୟ ହେଉଛି।

ମେ ୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଉପରୋକ୍ତ ଇନ୍ଧନ ଦର କ୍ରମାଗତ ୧୫ ଥର ବୃଦ୍ଧି ପାଇଲାଣି। ‘ଭ୍ୟାଟ୍‌’ ହେତୁ ଦେଶବ୍ୟାପୀ ରାଜ୍ୟମାନଙ୍କରେ ଇନ୍ଧନ ଦରରେ ପ୍ରଭେଦ ଦେଖା ଦେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe