୨ସପ୍ତାହରେ ୯.୨୦ଟଙ୍କା ବଢ଼ିଥିଲେ ବି ଭାରତରେ ତୈଳ ଦରବୃଦ୍ଧି ସବୁଠୁ କମ ବୋଲି କହିଲେ ହରଦୀପ ସିଂହ ପୁରୀ

Advertisment
୨ସପ୍ତାହରେ ୯.୨୦ଟଙ୍କା ବଢ଼ିଥିଲେ ବି ଭାରତରେ ତୈଳ ଦରବୃଦ୍ଧି ସବୁଠୁ କମ ବୋଲି କହିଲେ ହରଦୀପ ସିଂହ ପୁରୀ

ନୂଆଦିଲ୍ଲୀ: ଗତ ଦୁଇ ସପ୍ତାହ ହେଲାଣି ବଢ଼ୁଛି ପେଟ୍ରୋଲ ଏବଂ ଡିଜେଲ ଦର। ନିର୍ବାଚନ ପରେ ଦରବୃଦ୍ଧି ହେବ ବୋଲି କୁହାଯାଉଥିବା ବେଳେ ଏବେ ତାହା ସତ ହେଉଥିବା ଦେଖାଯାଇଛି। ଭାରତ ସରକାର ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ଏଭଳି ମୂଲ୍ୟ ବୃଦ୍ଧି ହେଉଥିବା କଥା କହୁଥିବା ବେଳେ ଆଜି ସଂସଦରେ ଏହାର ଉତ୍ତର ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ।

ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇ ହରଦୀପ ସିଂ ପୁରୀ ଭାରତର ତୈଳ ଦରବୃଦ୍ଧିକୁ ଆମେରିକା ଏବଂ ବ୍ରିଟେନରେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ସହିତ ତୁଳନା କରିଛନ୍ତି।ହରଦୀପ ସିଂ ପୁରୀ କହିଛନ୍ତି, ଗତ ଦୁଇ ସପ୍ତାହ ମଧ୍ୟରେ ଭାରତରେ ପେଟ୍ରୋଲ ଦର ୫% ବୃଦ୍ଧି ପାଇଛି। କେବଳ ଭାରତରେ ତୈଳ ଦରବୃଦ୍ଧି ହୋଇନାହିଁ। ଏପ୍ରିଲ ୨୦୨୧ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ପେଟ୍ରୋଲର ମୂଲ୍ୟ ଆମେରିକାରେ ୫୧%, କାନାଡାରେ ୫୨%, ଜର୍ମାନୀରେ ୫୫%, ବ୍ରିଟେନରେ ୫୫%, ଫ୍ରାନ୍ସରେ ୫୦% ଏବଂ ସ୍ପେନରେ ୫୮% ବୃଦ୍ଧି ପାଇଛି, ଯାହା ଭାରତର ଦରବୃଦ୍ଧି ତୁଳନାରେ ଢ଼େର ଅଧିକ।

पेट्रोलियम मंत्री हरदीप सिंह पुरी (File Photo) aajtak

ଗତ ଦୁଇ ସପ୍ତାହ ମଧ୍ୟରେ ତୈଳ କମ୍ପାନିଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଧୀରେ ଧୀରେ ବୃଦ୍ଧି କରିଛନ୍ତି। ସରକାରୀ ତୈଳ କମ୍ପାନିଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ଦୈନିକ ମୂଲ୍ୟ ବୃଦ୍ଧି କରି ସାଧାରଣ ଲୋକଙ୍କୁ ମୁଦ୍ରାସ୍ଫୀତିର ଝଟକା ଦେଉଛନ୍ତି। ଗତ ୨ ସପ୍ତାହ ମଧ୍ୟରେ ଗାଡି ଇନ୍ଧନ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୯.୨୦ ଟଙ୍କା ବୃଦ୍ଧି କରାଯାଇଛି। ଦୁଇ ସପ୍ତାହ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୧୩ ଥର ବୃଦ୍ଧି ପାଇଛି। ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଥିବା ବୃଦ୍ଧି ପ୍ରକ୍ରିୟା ଥମିବାର ନାଁ ନେଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe