Image Courtesy of NDTV
ମୁମ୍ବାଇ: ପେଟ୍ରୋଲ୍ ଲିଟର୍ପିଛା ୫ ଟଙ୍କା ଏବଂ ଡିଜେଲ୍ ଲିଟର୍ପିଛିା ୩ ଟଙ୍କା ହ୍ରାସ କରିବା ଲାଗି ଆଜି ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ୍ ନିଷ୍ପତ୍ତି ନିଆଯାଇଛି।
ନିଷ୍ପତ୍ତି ସଂକ୍ରାନ୍ତରେ ଘୋଷଣା କରି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ଏଥିପାଇଁ ରାଜ୍ୟକୁ ବର୍ଷକୁ ୬୦୦୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିବ, କିନ୍ତୁ ଏହା ସାମଗ୍ରିକ ଭାବେ ମୁଦ୍ରାସ୍ଫୀତି ହ୍ରାସ କରାଇବ।
ଇନ୍ଧନ ଉପର ‘ଭାଟ୍’ କାଟ କରିବେ ବୋଲି ମୁଖ୍ୟମନ୍ତ୍ରୀ ସିନ୍ଦେ ଘୋଷଣା କରିବାର ସପ୍ତାହକ ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।
Image Courtesy of India Todayଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀଶ କହିଛନ୍ତି, ଏହି ନିଷ୍ପତ୍ତି ହେଉଛି ଜନ କଲ୍ୟାଣ ନିମନ୍ତେ ଶିବସେନା-ବିଜେପି ସରକାରଙ୍କ ପ୍ରତିବଦ୍ଧତାର ଅଂଶବିଶେଷ।
ଇନ୍ଧନ ମୂଲ୍ୟ ହ୍ରାସ ପାଇଁ ତ୍ବରିତ ନିଷ୍ପତ୍ତି ଗ୍ରହଣ କରାଯାଇଥିବାରୁ ମୁମ୍ବାଇ ଉତ୍ତର ପୂର୍ବର ସାଂସଦ ମନୋଜ କୋଟାକ୍ ମଧ୍ୟ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।
ସମ୍ପ୍ରତି ଦେଶରେ ସବୁଠୁ ଅଧିକ ଦରରେ ଇନ୍ଧନ ବିକ୍ରୟ ହେଉଥିବା ସ୍ଥାନଗୁଡ଼ିକ ମଧ୍ୟରେ ମୁମ୍ବାଇ ଅନ୍ୟତମ। ଗତ ୧୧ ଦିନ ହେବ ମୁମ୍ବାଇରେ ଲିଟର୍ପିଛା ଦର ଟ. ୧୧୧.୩୫ ଥିବା ପେଟ୍ରୋଲ୍ ଦର ଏବେ ଟ. ୧୦୬.୩୫କୁ ହ୍ରାସ ପାଇବ। ସେହିପରି, ଲିଟର୍ପିଛା ଟ. ୯୭.୨୮ ଥିବା ଡିଜେଲ୍ ଦର ଏବେ ଟ. ୯୪.୨୮କୁ ହ୍ରାସ ପାଇବ।
Follow Us