ନୂଆଦିଲ୍ଳୀ: ଦିନକୁ ଦିନ ପେଟ୍ରୋଲ୍ ଓ ଡିଜେଲ୍ର ଦର ବଢ଼ି ବଢ଼ି ଚାଳିଛି ପଛେ କମିବାର ନାଁ ଧରୁନି। ପ୍ରଥମ ଥର ପାଇଁ ୧୦୦ ଟପିଲା ପେଟ୍ରୋଲ୍ର ଦର। ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପେଟ୍ରୋଲ୍ ଦର ଲିଟର ପିଛା ୧୦୦ ଟପିଥିବା ସୂଚନା ରହିଛି।
ପୂର୍ବରୁ ଦେଶର କୌଣସି ସ୍ଥାନରେ ବି ପେଟ୍ରୋଲ୍ ଦର ୧୦୦ ପାର୍ କରିନଥିଲା। ଗତକାଲି ଶ୍ରୀଗଙ୍ଗାନଗରରେ ପେଟ୍ରୋଲ୍ ଦର ଲିଟର ପିଛା ୧୦୦.୧୩ରେ ବିକ୍ରି ହୋଇଥିବା ବେଳେ ଆଜି ଲୋକେ ୧୦୦.୪୯ ଦେଇ ପେଟ୍ରୋଲ୍ କିଣୁଛନ୍ତି।
ଗତ ୧୦ ଦିନ ମଧ୍ୟରେ ପେଟ୍ରୋଲ୍ ଦର ୨.୩୯ ଟଙ୍କା ବୃଦ୍ଧି ପାଇଛି। ସେହିପରି ଡିଜେଲ୍ ଦର ଗତ ୧୦ ଦିନି ମଧ୍ୟରେ ୩.୧୪ ଟଙ୍କା ବୃଦ୍ଧି ପାଇଥିବା ସୂଚନା ରହିଛି। ମେଟ୍ରୋ ସହରମାନଙ୍କରେ ପେଟ୍ରୋଲ୍ ଦର ୯୦ ଟପିଥିବା ବେଳେ ଡିଜେଲ୍ ଲିଟର୍ ପିଛା ୮୦ ଟପିଛି।
ଦିଲ୍ଳୀରେ ପେଟ୍ରୋଲ୍ ଦର ବୃଦ୍ଧି ପାଇ ୮୯.୮୮ ଟଙ୍କା ହୋଇଥିବା ବେଳେ ଡିଜେଲ୍ ଲିଟର୍ ପିଛା ୮୦.୨୭ ଟଙ୍କାରେ ପହଞ୍ଚିଛି। ବେଙ୍ଗାଲୁରରେ ପେଟ୍ରୋଲ୍ ଦର ୯୨.୮୯ରେ ପହଞ୍ଚିଥିବା ବେଳେ ଡିଜେଲ୍ ୮୫.୦୯ରେ ପହଞ୍ଚିଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ୨୦୨୧ ମସିହା ଆରମ୍ଭରୁ ପେଟ୍ରୋଲ୍ ଓ ଡିଜେଲ୍ ଦର ୨୨ ଥର ବଢ଼ି ସାରିଲାଣି।
Follow Us