ପିଏଫ୍‌ଆଇର ଲକ୍ଷ୍ୟ ୨୦୪୭ ସୁଦ୍ଧା ଭାରତକୁ ମୁସଲିମ ଶାସନାଧୀନ କରିବା: ମହାରାଷ୍ଟ୍ର ଏଟିଏସ୍

Advertisment
ପିଏଫ୍‌ଆଇର ଲକ୍ଷ୍ୟ ୨୦୪୭ ସୁଦ୍ଧା ଭାରତକୁ ମୁସଲିମ ଶାସନାଧୀନ କରିବା: ମହାରାଷ୍ଟ୍ର ଏଟିଏସ୍

ମୁମ୍ବାଇ : ମହାରାଷ୍ଟ୍ର ଆତଙ୍କବାଦ-ନିରୋଧୀ ସ୍କ୍ବାଡ୍ (ଏଟିଏସ୍) ପକ୍ଷରୁ ୧,୧୧୩ ପୃଷ୍ଠାର ଏକ ଚାର୍ଜସିଟ୍‌ରେ ଦାବି କରାଯାଇଛି ଯେ, ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍‌ଆଇ)ର ଲକ୍ଷ୍ୟ ହେଉଛି ୨୦୪୭ ସୁଦ୍ଧା ଭାରତକୁ ଇସଲାମିକ୍ ରାଷ୍ଟ୍ରରେ ପରିଣତ କରିବା। ସେହି ଏଜେଣ୍ଡାକୁ ନେଇ ସେମାନେ କାର୍ଯ୍ୟ କରୁଛନ୍ତି।

ମୁମ୍ବାଇର ସ୍ବତନ୍ତ୍ର କୋର୍ଟରେ ଦାଖଲ କରାଯାଇଥିବା ଚାର୍ଜସିଟ୍ ଅନୁସାରେ, ଗତ ସେପ୍ଟେମ୍ବର ମାସରେ ମହାରାଷ୍ଟ୍ର ଏଟିଏସ୍ ଦ୍ବାରା ଗିରଫ ହୋଇଥିବା ୫ ଜଣ ପିଏଫ୍‌ଆଇ ସଦସ୍ୟ ମୁସଲିମ ଯୁବକମାନଙ୍କ ମଧ୍ୟରେ ଅନ୍ୟ ଧର୍ମ ପ୍ରତି ଘୃଣାର ପ୍ରସାର କରିବାରେ ଲାଗିଥିଲେ। ଗତ ଅକ୍ଟୋବର ମାସରେ ଏଟିଏସ୍ ଏକ ବେନାମୀ ଚିଠି ଓ ସିଡି ପାଇଥିଲା, ଯେଉଁଥିରୁ ଜଣାପଡ଼ିଛି ଯେ ଉଭୟ ନିଷିଦ୍ଧ ସଂଗଠନ ପିଏଫ୍‌ଆଇ ଓ ସିମି ସମାନ ଲକ୍ଷ୍ୟ ଓ ଆଦର୍ଶକୁ ନେଇ କାମ କରୁଛନ୍ତି। ହିନ୍ଦୁମାନଙ୍କ ବିରୋଧରେ ମୁସଲମାନ ଯୁବକମାନଙ୍କୁ ମତେଇ ଏହି ସଂଗଠନ ଦେଶକୁ ଭାଙ୍ଗିବାକୁ ଚେଷ୍ଟା କରୁଛି ବୋଲି ଏଟିଏସ୍ ଚାର୍ଜସିଟ୍‌ରେ ଦାବି କରାଯାଇଛି।

ଏଟିଏସ୍ ଦାବି କରିଛି ଯେ, ସେମାନେ ଗିରଫ ଆତଙ୍କବାଦୀ ମଝାର ମନସୁର ଖାନ୍‌ଙ୍କ ବିଖରୋଲି ଘରୁ ଏକ ୭ ପୃଷ୍ଠାର ପୁସ୍ତିକା ପାଇଛନ୍ତି, ଯାହାର ଶୀର୍ଷକ ହେଉଛି: ଇଣ୍ଡିଆ ୨୦୪୭, ଟୁୱାର୍ଡସ ରୁଲ୍ ଅଫ୍ ଇସଲାମ୍ ଇନ୍ ଇଣ୍ଡିଆ। ପିଏଫ୍‌ଆଇ ଦ୍ବାରା ନିଯୁକ୍ତ ଯୁବକମାନଙ୍କୁ ଏହି ପୁସ୍ତିକା ବଣ୍ଟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe