NPR
ନୂଆଦିଲ୍ଲୀ: ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଆମେରିକା ସରକାରଙ୍କୁ ଅନୁମତି ମାଗିଲା ଫାଇଜର। ‘ଫାଇଜର୍’ ଏବଂ ‘ବାୟୋଏନ୍ଟେକ୍’ ଦ୍ବାରା ମିଳିତ ଭାବେ ବିକଶିତ କୋଭିଡ ଟିକାର ନୈଦାନିକ ପରୀକ୍ଷଣ ଶେଷ ହେବା ସହ ଏହି ଟିକା ୯୫ ପ୍ରତିଶତ ଫଳପ୍ରଦ ବୋଲି କମ୍ପାନି ଦାବି କରିଥିଲା। ଏହା ସହ ଆମେରିକା ସରକାରଙ୍କଠାରୁ ଅନୁମତି ମିଳିଲେ ଖ୍ରୀଷ୍ଟମାସ ପୂର୍ବରୁ ଟିକା ବିତରଣ ଆରମ୍ଭ କରିବୁ ବୋଲି କହିଥିଲେ ବାୟୋଏନ୍ଟେକ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଉଗୁର ସଚିନ । ଖୁବ ଶୀଘ୍ର ଆମେରିକା ସରକାରଙ୍କଠାରୁ ଟିକା ବିତରଣ ପାଇଁ ଅନୁମତି ମଗାଯିବ ବୋଲି କମ୍ପାନି କହିଥିବା ବେଳେ ଆଜି କମ୍ପାନି ଅନୁମତି ମାଗିଥିବା ଜଣା ପଡ଼ିଛି। ବର୍ତ୍ତମାନ ଜରୁରୀକାଳୀନ ଟିକାକରଣ ପାଇଁ ଫାଇଜର ଟିକା ଯୋଗ୍ୟ କି ନାହିଁ, ଏବେ ତାହା ସ୍ଥିର କରିବ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ) |
MIT Technology Reviewସୂଚନା ମୁତାବକ, ‘ଫାଇଜର୍’ ଏବଂ ‘ବାୟୋଏନ୍ଟେକ୍’ଦ୍ବାରା ମିଳିତ ଭାବେ ବିକଶିତ ଟିକା କୋଭିଡ୍-୧୯ ସଂକ୍ରମଣ ପ୍ରତିରୋଧ କରିବାରେ ୯୫% ଫଳପ୍ରଦ ହୋଇଥିବା କଥା ଅନ୍ତିମ ପର୍ଯ୍ୟାୟ ପରୀକ୍ଷାରୁ ଜଣାପଡ଼ିଥିଲା । ବୁଧବାର ଉଭୟ କମ୍ପାନି ଏ କଥା ଘୋଷଣା କରିଥିଲେ। ଔଷଧ ନିର୍ମାତା ଫାଇଜର୍ କହିଥିଲା ଯେ, ଟିକାକରଣର ଶେଷ ପର୍ଯ୍ୟୟରେ ଏହା ୯୫% ଫଳପ୍ରଦ ପ୍ରମାଣିତ ହୋଇଛି | ସବୁ ବର୍ଗର କରୋନା ରୋଗୀଙ୍କ ଉପରେ ଏହାର ପ୍ରଭାବ ଭଲ ରହିଥିବା ସହ କୌଣସି ବଡ ପାର୍ଶ୍ୱ ପ୍ରତିକ୍ରିୟା ନାହିଁ | ବିଶେଷ କରି ୬୫ବର୍ଷରୁ ଅଧିକ ବୟସ୍କ ରୋଗୀଙ୍କ ଶରୀରରେ ଏହି ଟିକା ୯୪% ଫଳପ୍ରଦ ହୋଇଛି | ଶେଷ ପର୍ଯ୍ୟାୟ ରିପୋର୍ଟ ଅନୁଯାୟୀ ଏହି ଟିକାର ବ୍ୟବହାର ସାରା ବିଶ୍ୱରେ ବ୍ୟାପକ ଭାବରେ ହୋଇପାରିବ। ଏହି ଫଳାଫଳ ଆସିବା ପରେ ଆମେରିକା ସରକାରଙ୍କଠାରୁ ଜରୁରୀକାଳୀନ ଅନୁମତି ପାଇଁ ଆବେଦନ କରିବାକୁ କମ୍ପାନି ଯୋଜନା କରୁଛି |
Follow Us