Image Courtesy of India Today
ଚିକାଗୋ: ‘ଫାଇଜର୍’ ଏବଂ ତା’ର ଅଂଶୀଦାର ‘ବାୟୋଏନ୍ଟେକ୍’ ୧୨ ବର୍ଷରୁ କମ୍ ବୟସ୍କ ପିଲାଙ୍କ ଦେହରେ କୋଭିଡ୍-୧୯ ଟିକା ପରୀକ୍ଷା ଆରମ୍ଭ କରିଛନ୍ତି। ୨୦୨୨ ପ୍ରାରମ୍ଭ ବେଳକୁ ଉପରୋକ୍ତ ବୟସବର୍ଗର ପିଲାମାନଙ୍କୁ ଟିକାକରଣରେ ସାମିଲ କରାଯାଇ ପାରିବ ବୋଲି ଗୁରୁବାର ଦିନ ‘ଫାଇଜର୍’ କହିଛି।
ବୁଧବାର ଦିନ ଏହି ବୟସବର୍ଗର ପ୍ରଥମ ବ୍ୟାଚ୍ର ସ୍ୱେଚ୍ଛାସେବୀମାନଙ୍କୁ ଟିକା ଦିଆଯାଇଛି ବୋଲି ‘ଫାଇଜର୍’ର ମୁଖପାତ୍ର ସାରୋନ୍ କ୍ୟାଷ୍ଟିଲୋ କହିଛନ୍ତି। ୨୦୨୧ ଦ୍ୱିତୀୟାର୍ଦ୍ଧରେ ଏହି ପରୀକ୍ଷାର ତଥ୍ୟାବଳୀ ମିଳିଯିବ ବୋଲି କ୍ୟାଷ୍ଟିଲୋ ଆଶା କରୁଛନ୍ତି।
Image Courtesy of MoneyControl୧୬ରୁ ଅଧିକ ବୟସ୍କ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ବ୍ୟବହାର କରିବା ଲାଗି ଡିସେମ୍ବର ଶେଷ ଭାଗରେ ଯୁକ୍ତରାଷ୍ଟ୍ର ଆମେରିକାର ରେଗୁଲେଟର୍ମାନେ ‘ଫାଇଜର୍/ବାୟୋଟେକ୍’ ନିର୍ମିତ ଭ୍ୟାକ୍ସିନ୍କୁ ସ୍ୱୀକୃତି ଦେଇଥିଲେ।
୬ ମାସରୁ ୧୨ ବର୍ଷ ବୟସବର୍ଗର ପିଲାଙ୍କୁ ଦେଇ ହେବା ଭଳି ଅନ୍ୟ ଏକ ଟିକା ମଧ୍ୟ ‘ମଡର୍ଣ୍ଣା’ ଗତ ସପ୍ତାହରେ ଶୁଭାରମ୍ଭ କରିଛି।
ସମ୍ପ୍ରତି ଯୁକ୍ତରାଷ୍ଟ୍ର ଆମେରିକାରେ କେବଳ ‘ଫାଇଜର୍/ବାୟୋଏନ୍ଟେକ୍’ ଟିକା ୧୬/୧୭ ବର୍ଷ ବୟସର ପିଲାଙ୍କୁ ଦିଆଯାଉଛି। ସେହିପରି ‘ମଡର୍ଣ୍ଣା’ ଟିକା କେବଳ ୧୮ରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନଙ୍କୁ ଦିଆଯିବା ଲାଗି ଅନୁମତି ମିଳିଛି। ଛୋଟ ପିଲାମାନଙ୍କୁ ଦେବା ଭଳି କୌଣସି ଟିକା ଏପର୍ଯ୍ୟନ୍ତ ସରକାରୀ ସ୍ୱୀକୃତି ପାଇ ନାହିଁ।
Follow Us