ଖୁସି ଖବର: ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ଫାଇଜରର କୋଭିଡ୍‌-୧୯ ଟିକା ୯୦% ଫଳପ୍ରଦ ସାବ୍ୟସ୍ତ

Advertisment
ଖୁସି ଖବର: ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ଫାଇଜରର କୋଭିଡ୍‌-୧୯ ଟିକା ୯୦% ଫଳପ୍ରଦ ସାବ୍ୟସ୍ତ

Image Courtesy of India Today

ନୂଆଦିଲ୍ଲୀ: ‘ଫାଇଜର୍’ ଏବଂ ‘ବାୟୋଏନ୍‌ଟେକ୍‌’ଦ୍ବାରା ମିଳିତଭାବେ ବିକଶିତ ଟିକା କୋଭିଡ୍‌-୧୯ ସଂକ୍ରମଣ ପ୍ରତିରୋଧ କରିବାରେ ୯୦% ଫଳପ୍ରଦ ହୋଇଥିବା କଥା ସମ୍ପ୍ରତି ଚାଲିଥିବା ତୃତୀୟ ପର୍ଯ୍ୟାୟ ପରୀକ୍ଷାରୁ ଜଣାପଡ଼ିଛି। ସୋମବାର ଦିନ ଉଭୟ କମ୍ପାନି ଏ କଥା ଘୋଷଣା କରିଛନ୍ତି।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଦୁଇ ଡୋଜ୍‌ ଟିକାର ଦ୍ବିତୀୟଟି ନେବାର ସାତ ଦିନ ପରେ ଏବଂ ପ୍ରଥମଟି ନେବାର ୨୮ ଦିନ ପରେ ରୋଗୀଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଆସିଯାଇଥିଲା।

publive-image Image Courtesy of NDTV

ଫାଇଜର୍‌ ଅଧ୍ୟକ୍ଷ ତଥା ସିଇଓ ଆଲବର୍ଟ ବୋର୍ଲା ଏକ ବିବୃତିରେ କହିଛନ୍ତି, ତୃତୀୟ ପର୍ଯ୍ୟାୟ ପରୀକ୍ଷାର ପ୍ରଥମ ସେଟ୍‌ ଫଳାଫଳ କୋଭିଡ୍‌-୧୯ ପ୍ରତିରୋଧ କରିବାରେ ଆମ ଟିକାର ସାମର୍ଥ୍ୟ ଥିବା କଥା ପ୍ରତିପାଦିତ କରୁଛି। ଏହି ବିଶ୍ବ ସ୍ବାସ୍ଥ୍ୟ ସଙ୍କଟର ପରିସମାପ୍ତିରେ ସହାୟତା ନିମନ୍ତେ ବିଶ୍ବବାସୀଙ୍କୁ ଏକ ଅତ୍ୟାବଶ୍ୟକ ଉଦ୍ଭାବନ ଯୋଗାଇ ଦେବା ଲାଗି ଆମେ ଗୁରୁତ୍ବପୂର୍ଣ୍ଣ ସୋପାନ ଅତିକ୍ରମ କରିଛୁ।

ଆମେରିକୀୟ କମ୍ପାନି ‘ଫାଇଜର୍‌’ ଏବଂ ତା’ର ଜର୍ମାନ୍‌ ଅଂଶୀଦାର ‘ବାୟୋଏନ୍‌ଟେକ୍‌ ଏହି ଟିକାର ବ୍ୟାପକ ନୈଦାନିକ ପରୀକ୍ଷା ଚଳାଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଏହି ଟିକାର ଜରୁରୀକାଳୀନ ବ୍ୟବହାର ନିମନ୍ତେ ଅନୁମତି ପାଇବାକୁ ‘ଫାଇଜର୍‌’ ଆମେରିକୀୟ ‌‘ରେଗୁଲେଟର୍‌’ଙ୍କୁ ଆବେଦନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe