Image Source: Zee News
ନୂଆଦିଲ୍ଲୀ : ପୋଷ୍ଟ ଗ୍ରାଜୁଏଟ (ପିଜି) ଓ ଅଣ୍ଡର ଗ୍ରାଜୁଏଟ (ୟୁଜି) ଶ୍ରେଣୀରେ ଫାଇନାଲ ପରୀକ୍ଷା ଶେଷ କରି ଫଳ ପ୍ରକାଶନ କରିବାକୁ ୟୁଜିସିର ଜୁଲାଇ ୬ରେ ସଂଶୋଧିତ ଗାଇଡଲାଇନ୍ସ ପ୍ରସଙ୍ଗରେ ଆସନ୍ତାକାଲି ସୁପ୍ରିମକୋର୍ଟ ଚୂଡ଼ାନ୍ତ ରାୟ ଶୁଣାଇବେ। ଅଗଷ୍ଟ ୧୮ ତାରିଖରେ ସୁପ୍ରିମକୋର୍ଟର ବିଚାରପତି ଅଶୋକ ଭୂଷଣ, ବିଚାରପତି ଆର ସୁବାଷ ରେଡ୍ଡୀ ଓ ବିଚାରପତି ଏମ ଆର ଶାହା ମାମଲାର ଶୁଣାଣି ଶେଷ କରି ରାୟକୁ ସଂରକ୍ଷିତ ରଖିଲେ। ଏହା ପରେ ଏହି ମାମଲାରେ ପକ୍ଷଭୁକ୍ତ ସମସ୍ତ ପକ୍ଷମାନଙ୍କ ଦ୍ୱାରା ଲିଖିତ ଚୁକ୍ତି ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା।
ସୁପ୍ରିମକୋର୍ଟଙ୍କୁ ଚୂଡାନ୍ତ ରାୟ ଅନୁସାରେ ଓଡ଼ିଶା ୧୦୩୧ ମହାବିଦ୍ୟାଳୟ ଓ ୧୧ଟି ବିଶ୍ୱବିଦ୍ୟାଳୟର ଅନ୍ତିମ ବର୍ଷ ପିଜି ଓ ୟୁଜି ଛାତ୍ରଛାତ୍ରୀମାନଙ୍କର ରାଜ୍ୟ ନିର୍ଦ୍ଧାରଣ ହେବ।
Follow Us