Image Courtesy of Zee News
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଭାରତରେ ରୁଷୀୟ କୋଭିଡ୍-୧୯ ଟିକା ସ୍ପୁଟ୍ନିକ୍-୫ର ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷା ଆରମ୍ଭ ହୋଇପାରେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଏହି ଟିକାର ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷା ନିମନ୍ତେ ଶୁକ୍ରବାର ଦିନ ‘ସେଣ୍ଟ୍ରାଲ୍ ଡ୍ରଗ୍ସ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍’ର (ସିଡିଏସ୍ସିଓ) ଏକ ବିଶେଷଜ୍ଞ କମିଟି ‘ଡକ୍ଟର୍ ରେଡିସ୍ ଲାବରେଟୋରିଜ୍ ’କୁ ଅନୁମତି ପ୍ରଦାନ କରିଛନ୍ତି।
ମିଳିତ ଭାବେ ‘ସ୍ପୁଟ୍ନିକ୍-୫’ର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବୀୟ ନୈଦାନିକ ପରୀକ୍ଷା କରାଇବାକୁ ହାଇଦ୍ରାବାଦର ‘ଡକ୍ଟର୍ ରେଡିସ୍ ଲାବରେଟୋରିଜ୍ ’ ଅକ୍ଟୋବର ୧୩ ତାରିଖ ଦିନ ‘ଡ୍ରଗ୍ସ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ’ଙ୍କୁ (ଡିସିଜିଆଇ) ପୁନର୍ବାର ଆବେଦନ କରିଥିଲା।
/sambad/media/post_attachments/wp-content/uploads/2020/10/covid-vaccine.jpg) Image Courtesy of The Indian Express
 Image Courtesy of The Indian Expressପ୍ରାରମ୍ଭିକ ପରୀକ୍ଷାରେ ସମସ୍ୟା ସୃଷ୍ଟି ହେବା କାରଣରୁ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ନିମନ୍ତେ ଡକ୍ଟର୍ ରେଡିସ୍ ଲାବରେଟୋରିଜ୍’ ସଂଶୋଧିତ ପ୍ରୋଟକଲ୍ ଆଣିଛି। ଏହି ପ୍ରୋଟକଲ୍ ଅନୁସାରେ, ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷାରେ ୧୦୦ ଜଣ ସ୍ବେଚ୍ଛାସେବୀ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ୧୪୦୦ଜଣ ସ୍ବେଚ୍ଛାସେବୀଙ୍କୁ ସାମିଲ କରାଯିବ।
କିନ୍ତୁ, ଦୀର୍ଘ ବିଚାର ବିମର୍ଶ ପରେ ‘ସବ୍ଜେକ୍ଟ୍ ଏକ୍ସପର୍ଟ କମିଟି’ (ଏସ୍ଇସି) କେବଳ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ନିମନ୍ତେ ମଞ୍ଜୁରି ଦେଇଛି। ଏହି ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷାରୁ ମିଳିଥିବା ନିରାପତ୍ତା ଏବଂ ରୋଗପ୍ରତିରୋଧକ କ୍ଷମତା ସମ୍ବନ୍ଧୀୟ ତଥ୍ୟ ଦାଖଲ କରାଯିବା ପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ନିମନ୍ତେ ଅନୁମତି ଦିଆଯିବ।
‘ଦି ରସିଆନ୍ ଡାଇରେକ୍ଟ୍ ଇନ୍ଭେଷ୍ଟ୍ମେଣ୍ଟ୍’ (ଆର୍ଡିଆଇଏଫ୍) ସହ ମିଳିତ ହୋଇ ‘ଡକ୍ଟର୍ ରେଡିସ୍ ଲାବ୍ରଟରିଜ୍’ ‘ସ୍ପୁଟ୍ନିକ୍-୫’ ଟିକାର ନୈଦାନିକ ପରୀକ୍ଷା କରିବା ସହ ଯୋଗାଣ ବ୍ୟବସ୍ଥା ମଧ୍ୟ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2020/10/sputnik-v.jpg)