ପିଏଚ୍‌ଡି ସ୍କଲାରରୁ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ର ଆତଙ୍କବାଦୀ ପାଲଟିଥିବା ମନନ୍‌ ବସିର ଓ୍ଵାନି ଏନ୍‌କାଉଣ୍ଟରରେ ନିହତ

ପିଏଚ୍‌ଡି ସ୍କଲାରରୁ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ର ଆତଙ୍କବାଦୀ ପାଲଟିଥିବା ମନନ୍‌ ବସିର ଓ୍ଵାନି ଏନ୍‌କାଉଣ୍ଟରରେ ନିହତ

କୁପ୍‌ଓ୍ଵାରା (ଜମ୍ମୁ- କଶ୍ମୀର): ପିଏଚ୍‌ଡି ସ୍କଲାରରୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ର ସଦସ୍ୟ ପାଲଟିଥିବା ମନନ୍‌ ବସିର ଓ୍ଵାନି ଆଜି ପ୍ରତ୍ୟୁଷରେ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଥିବା ଜାଣିବାକୁ ମଳିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଶ୍ରୀନଗରର କୁପ୍‌ଓ୍ଵାରା ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସଂପର୍କରେ ଗୁଇନ୍ଦା ତଥ୍ୟ ମିଳିବା ପରେ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ସେନା ସୁରକ୍ଷା ବାହିନୀର ଯବାନମାନେ ସଂପୃକ୍ତ ଗ୍ରାମକୁ ଚାରିପଟୁ ଘେରାବନ୍ଦୀ କରିନେବା ପରେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ଏହି ସମୟରେ ସଂପୃକ୍ତ ଗ୍ରାମର ଗୋଟିଏ ଘର ଭିତରେ ଆତ୍ମଗୋପନ କରି ଲୁଚି ରହିଥିବା ଦୁଇ ଜଣ ଆତଙ୍କବାଦୀ ସୁରକ୍ଷା ବାହିନୀର ଯବାନମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଘଟଣାରେ ଆତଙ୍କବାଦୀମାନଙ୍କୁ ପାଲଟା ଜବାବ ଦେବାକୁ ସେନା ପକ୍ଷରୁ ଗୁଳି ଚାଳନା ସହ ଏନ୍‌କାଉଣ୍ଟର ଆରମ୍ଭ ହୋଇଥିଲା। ଏହି ଏନ୍‌କାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ। ନିହତ ହୋଇଥିବା ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କୁ ମନନ୍‌ ବସିର ଓ୍ଵାନି ବୋଲି ଚିହ୍ନଟ କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ତେବେ, କିଛି ବର୍ଷ ପୂର୍ବେ ମନନ୍‌ ବସିର ଓ୍ଵାନି ପିଏଚ୍‌ଡି ସ୍କଲାରରୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ର ସଦସ୍ୟ ପାଲଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe