Photo Courtesy of TOI
ନୂଆଦିଲ୍ଲୀ: ଇସ୍ଲାମିକ୍ ଷ୍ଟେଟ୍ ତରଫରୁ ଭାରତ ନିମନ୍ତେ ଯୁବବର୍ଗଙ୍କୁ ଚୟନ କରୁଥିବା ଶୀର୍ଷସ୍ତରୀୟ ଚୟନକାରିଣୀ କରେନା ଐଶା ହମିଦୋଁଙ୍କୁ ଫିଲିପ୍ପିନ୍ସ୍ରେ ଗିରଫ କରାଯାଇଛି।
କେତେ ଗୁଡ଼ିଏ ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମରେ ଇସ୍ଲାମିକ୍ ଷ୍ଟେଟ୍ ତରଫରୁ ବିଶିଷ୍ଟ ମହିଳା ଅନ୍ଲାଇନ୍ ଚୟନକାରିଣୀ ଭାବେ କାମକରୁଥିବା ହମିଦୋଁଙ୍କୁ ଫିଲିପ୍ପିନ୍ସ୍ର ନ୍ୟାସ୍ନାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍ (ଏନ୍ବିଆଇ) ଗିରଫ କରିଛି।
୨୦୧୬ରେ ଫେସ୍ବୁକ୍, ଟେଲିଗ୍ରାମ୍ ଚାନେଲ୍ ଏବଂ ହ୍ଵାଟ୍ସ୍ଆପ୍ ଗ୍ରୁପ୍ ବ୍ୟବହାର କରି ଭାରତ ଏବଂ ଅନ୍ୟାନ୍ୟ ଦେଶରୁ ‘ବିଦେଶୀ ଲଢୁଆ’ ଚୟନ କରି ଫିଲିପ୍ପିନ୍ସ୍ର ଆତଙ୍କବାଦୀ ମହମ୍ମଦ ଜାଫର୍ ମକ୍ୟୁଦ୍ ବିଧବା ପତ୍ନୀ ହମିଦୋଁ ଆନ୍ତର୍ଜାତିକ ସ୍ତରରେ କୁଖ୍ୟାତି ହାସଲ କରିଥିଲେ।
ସେବେଠାରୁ ତାଙ୍କୁ ଡଜନାଧିକ ଦେଶର ଗୁଇନ୍ଦା ସଂସ୍ଥାନ ଖୋଜାଖୋଜି କରୁଥିଲେ।
Photo Courtesy of gmanetworkକାରେନ୍ଙ୍କ ସମ୍ବନ୍ଧରେ ପୂର୍ଣ୍ଣ ବିବରଣୀ ଏବଂ ପ୍ରମାଣ ନିମନ୍ତେ ଅନୁରୋଧ କରି ଏନ୍ଆଇଏ ଗତବର୍ଷ ଫିଲିପ୍ପିନ୍ସ୍କୁ ଏକ ନ୍ୟାୟିକ ଅନୁରୋଧ ପତ୍ର ପଠାଇ ଥିଲା। ଅନୁରୋଧ ପତ୍ରରେ ଏନ୍ଆଇଏ ମେଟ୍ରୋ ମାନିଲାର ତାଗ୍ୟୁଗ୍ ସହର ଅନ୍ତର୍ଗତ ଡିଏଗୋ ଶିଲଙ୍ଗ୍ ଗାଁ’ରେ ଥିବା ହମିଦୋଁଙ୍କର ଠିକଣା, ଫୋନ୍ ନମ୍ବର୍, କରେନା ଐଶା ଅଲ୍-ମୁସ୍ଲିମା ବୋଲି ତାଙ୍କର ପରିଚୟ ଏବଂ ତାଙ୍କ ଆଇଡି @KarenAishaHamidon ଯୋଗାଇ ଦେଇଥିଲା।
ସେମାନେ କରେନ୍ଙ୍କ ଦ୍ୱାରା ଉଦ୍ବୁଦ୍ଧ ହୋଇ ଥିଲେ ବୋଲି ଗିରଫ ହୋଇ ଥିବା ଦୁଇ ଭାରତୀୟ ଆଇଏସ୍ଆଇଏସ୍ କର୍ମକର୍ତ୍ତା କହିଥିଲେ। ଗିରଫ ହୋଇଥିବା ଦୁଇ ଭାରତୀୟ ନାଗରିକ ହେଲେ ଜୟପୁରରୁ ମହମ୍ମଦ ସିରାଜୁଦ୍ଦିନ୍ ନାମଧ୍ୟେୟ ଜଣେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ମ୍ୟାନେଜର୍ ଏବଂ ତାମିଲନାଡୁର ୨୩ ବର୍ଷିୟ କମ୍ପ୍ୟୁଟର୍ ଇଞ୍ଜିନିୟର୍ ମହମ୍ମଦ ନାସୀର। ନାସୀର ସୁଦାନରୁ ଆସିଥିଲେ।
ଗତ ବର୍ଷ ଦୁଇଟି ଚାର୍ଜ ସିଟ୍ରେ ଏନ୍ଆଇଏ କରେନ୍ଙ୍କ ନାମ ଉଲ୍ଲେଖ କରିଥିଲା। ଆମେରିକା, ଇଂଲଣ୍ଡ୍, ଭାରତ, ୟୁଏଇ, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବାଂଲାଦେଶ ଆଦି ଦେଶର ଆଇଏସ୍ ସମର୍ଥକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଫେସ୍ବୁକ୍, ଟେଲିଗ୍ରାମ୍ ଚାନେଲ୍ ଏବଂ ହ୍ଵାଟ୍ସ୍ଆପ୍ ଗ୍ରୁପ୍ ମାଧ୍ୟମରେ ସେ ବହୁ ଭାରତୀୟଙ୍କୁ ପ୍ରଭାବିତ କରିଥିଲେ ବୋଲି ଖବର ମିଳିଥିଲା।
ଏନ୍ଆଇଏ କହିବା ଅନୁସାରେ, ଆଇଏସ୍ ସଦସ୍ୟମାନେ ଖଲିଫେଟ୍ ଆଦର୍ଶ ଏବଂ ଜିହାଦୀ ସାମଗ୍ରୀ ଏବଂ ଦେଶ ପର୍ଯ୍ୟଟନ ପାଇଁ ଇଚ୍ଛା ପ୍ରକାଶ କରୁଥିବା ବିଶାଳ ଅନ୍ଲାଇନ୍ ଗ୍ରୁପ୍ ‘ଇସ୍ଲାମ୍କ୍ୟୁଆଣ୍ଡ୍ଏ’ ଏବଂ ‘ଉମ୍ମା ଆଫେୟାର୍ସ’ ଆଦି ସେ ପରିଚାଳନା କରୁଥିଲେ।
Representative Imageକରେନ୍ଙ୍କ ସହ ସମ୍ପର୍କ ରଖିଥିବା କେତେକ ଭାରତୀୟ ଆଇଏସ୍ କାର୍ଯ୍ୟକର୍ତ୍ତା ମୁମ୍ବାଇ, ତ୍ରିଚିରାପ୍ପଲ୍ଲି, ହାଇଦ୍ରାବାଦ, ଶ୍ରୀନଗର, ସୋପୋର୍, କାନପୁର, କୋଲକତା ଏବଂ ଜୟପୁର ଅନ୍ତର୍ଗତ ବୋଲି ଜଣାପଡ଼ିଛି।
ସିରାଜୁଦ୍ଦିନ୍ଙ୍କ ବିରୋଧରେ ଆଗତ କରାଯାଇଥିବା ଚାର୍ଜସିଟ୍ରେ ଏନ୍ଆଇଏ ଗତବର୍ଷ ଦାବି କରିଥିଲା ଯେ ସେ ନିଜର ମୋବାଇଲ ଫୋନ୍ ନମ୍ବର ବ୍ୟବହାର କରି ‘ଉମ୍ମା ଆଫେୟାର୍ସ’ ନାମକ ହ୍ଵାଟ୍ସ୍ଆପ୍ ଗ୍ରୁପ୍ରେ ଯୋଗ ଦେଇଥିଲେ।
କୌତୂହଳର କଥା ହେଲା, ଥରେ ସିରାଜୁଦ୍ଦିନଙ୍କ ସହ କରେନ୍ଙ୍କର ମତ ପାର୍ଥକ୍ୟ ହେବାରୁ ସେ ତାଙ୍କୁ ନିଜ ଦ୍ୱାରା ଚାଳିତ ଏବଂ ପରିଚାଳିତ ହ୍ଵାଟ୍ସ୍ଆପ୍ ଗ୍ରୁପ୍ ଏବଂ ଟେଲିଗ୍ରାମ୍ ଚାନେଲ୍ରୁ ବ୍ଲକ୍ କରି ଦେଇଥିଲେ। ‘ମଦମୁଲ୍ଲା’ ନାମକ ଅନ୍ୟ ଏକ ଅନ୍ଲାଇନ୍ ଆଇଏସ୍ ଚୟନକାରୀଙ୍କ ସହ ସମ୍ପର୍କ ରଖିଥିବା ସିରାଜୁଦ୍ଦିନ୍ ଅନୁଭବ କରିଥିଲେ ଯେ କରେନ୍ ଜଣେ ବିଶ୍ୱାସଘାତିନୀ। ତେଣୁ, ସେ ପ୍ରତିଦ୍ୱନ୍ଦୀ ଦଳର ବୋଲି ଦର୍ଶାଇ ସିରାଜୁଦ୍ଦିନ୍ ସୂଚନା ପ୍ରଘଟ କରିଥିଲେ।
Follow Us