ଫିଲିପାଇନ୍ସରେ ଜାହାଜ ବୁଡ଼ି ୧୧ ଭାରତୀୟ ନାବିକ ନିଖୋଜ

Advertisment
ଫିଲିପାଇନ୍ସରେ ଜାହାଜ ବୁଡ଼ି ୧୧ ଭାରତୀୟ ନାବିକ ନିଖୋଜ

ଟୋକିଓ: ଫିଲିପାଇନ୍ସ ନିକଟ ପ୍ରଶାନ୍ତ ମହାସାଗରରେ ଏକ ଭାରତୀୟ ପଣ୍ୟବାହୀ ଜାହାଜ ବୁଡ଼ି ଯିବା ଫଳରେ ୧୧ ଜଣ ନାବିକ ନିଖୋଜ ଅଛନ୍ତି। ୩୩,୨୦୫ ଟନ୍‌ ବିଶିଷ୍ଟ ଏହି ଏମରଲ୍ଡ ଷ୍ଟାର୍‌ ଜାହାଜରେ ମୋଟ ୨୬ ଜଣ ଭାରତୀୟ ଯାତ୍ରା କରୁଥିଲେ। ତେବେ ଅପ୍ରତ୍ୟାଶିତ ଝଡ଼ ହେବା ଫଳରେ ଜାହାଜଟି ବୁଡ଼ି ଯାଇଥିଲା ବୋଲି ଜାପାନର ଜଣେ ତଟରକ୍ଷୀ କହିଛନ୍ତି। ତେବେ ବିପନ୍ନ ଭାରତୀୟ ନାବିକଙ୍କ ଜଟିଳ ସ୍ଥିତି ସମ୍ପର୍କରେ ସଙ୍କେତ ପାଇ ନିକଟରେ ଯାତ୍ରା କରୁଥିବା ଅନ୍ୟ ୩ଟି ଜାହାଜ ଏମରଲ୍ଡ ଷ୍ଟାର୍‌ର ୧୫ ଜଣ ନାବିକଙ୍କୁ ଉଦ୍ଧାର କରିପାରିଥିଲେ। ତେବେ ଏଯାବତ୍‌ ଅନ୍ୟ ୧୧ ଜଣଙ୍କର ପତ୍ତା ମିଳିନି। ଦୁର୍ଘଟଣାସ୍ଥଳକୁ ଦୁଇଟି ପାଟ୍ରୋଲିଂ ବୋଟ୍‌ ଏବଂ ୩ଟି ହେଲିକପ୍ଟର ପଠାଯାଇଥିଲେ ହେଁ ଝଡ଼ ହେତୁ ଉଦ୍ଧାର କାର୍ଯ୍ୟ ଖୁବ୍‌ କଷ୍ଟଦାୟକ ହୋଇପଡ଼ିଥିଲା ବୋଲି ଜାପାନର ଜଣେ ତଟରକ୍ଷୀ ପ୍ରବକ୍ତା କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe