ଫୋନ୍‌ ବିସ୍ଫୋରଣରେ ନଷ୍ଟ ହୋଇଗଲା ୧୨ ବର୍ଷିୟ ପିଲାର ଗୋଟିଏ ଆଖି ଓ ବିଶିଆଙ୍ଗୁଠି

Advertisment
ଫୋନ୍‌ ବିସ୍ଫୋରଣରେ ନଷ୍ଟ ହୋଇଗଲା ୧୨ ବର୍ଷିୟ ପିଲାର ଗୋଟିଏ ଆଖି ଓ ବିଶିଆଙ୍ଗୁଠି

Image Courtesy of Deccan Chronilce

ନୂଆଦିଲ୍ଲୀ: ଗତ ସପ୍ତାହରେ ଗୋଟିଏ ମୋବାଇଲ୍‌ ଫୋନ୍‌ ବିସ୍ଫୋରଣ ଯୋଗୁଁ ଚୀନ୍‌ର ଜଣେ ୧୨ ବର୍ଷିୟ ବାଳକର ତା’ର ଡାହଣ ଆଖି ଓ ଡାହଣ ହାତର ବିଶିଆଙ୍ଗୁଠି ହରାଇଛି। ଚାର୍ଜରେ ବସିଥିବା ମୋବାଇଲ୍‌ ଫୋନ୍‌ଟିକୁ ସେ ବ୍ୟବହାର କରୁଥିଲା ବୋଲି କୁହାଯାଉଛି। ଚୀନ୍‌ ଗଣମାଧ୍ୟମ ସୂଚନା ଅନୁସାରେ ତାହା ସ୍ମାର୍ଟ ଫୋନ୍‌ ନୁହେଁ, ପୁରୁଣା କାଳିଆ ସାଧାରଣ ମୋବାଇଲ୍‌ ଫୋନ୍‌। ପୁଣି ତାହା ଦୁଇ ବର୍ଷର ପୁରୁଣା।
ଗୁଆଙ୍ଗଜି ପ୍ରଦେଶର ମେଙ୍ଗ୍‌ ଜିସୁ ତାଙ୍କ ଘରେ ଫୋନ୍‌ଟିକୁ ଚାର୍ଜରେ ବସାଇଥିଲା।

ଫୋନ୍‌କୁ ଧରିବା ପାଇଁ ଚର୍ଜର ଉପରେ ଆଉଜି ପଡ଼ିବା ସମୟରେ ବସ୍ଫୋରଣ ଘଟିଥିଲା। ଫଳରେ ତା’ର ଡାହଣ ହାତର ବିଶିଆଙ୍ଗୁଠି ଉଡ଼ିଯିବା ସହ ସେ ବେହୋସ ହୋଇ ପଡ଼ିଯାଇଥିଲା। ପରେ ପରେ ତା’ର ଭଉଣୀ ତାକୁ ଚଟାଣରେ ପଡ଼ିଥିବାର ଦେଖିଥିଲା ଏବଂ ତୁରନ୍ତ ତାକୁ ଡାକ୍ତରଖାନା ନେବାର ବ୍ୟବସ୍ଥା କରାଯାଇଥିଲା।

ଇମୋର୍ଜେନ୍‌ସି ୟୁନିଟ୍‌ର ଡାକ୍ତରମାନେ ପାଞ୍ଚଘଣ୍ଟା ଅସ୍ତ୍ରୋପଚାର କରି ତା’ର ମୁହଁ ଏବଂ ଛାତିରୁ ବିସ୍ଫୋରଣ ଜନିତ ମୋବାଇଲ୍‌ର ମୁନିଆ ଭଗ୍ନାଂଶ କାଢ଼ିଥିଲେ। କିଛି ମୁନିଆ ପ୍ଲାଷ୍ଟିକ୍‌ ତା’ର ଡାହଣ ଆଖିରୁ ମଧ୍ୟ କଢ଼ା ଯାଇଥିଲା। ଫଳରେ ସେ ଆଂଶିକ ଦୃଷ୍ଟିଶକ୍ତି ହରାଇଛି। ଦୁର୍ଭାଗ୍ୟ, ଡାକ୍ତରଖାନାକୁ ଅଣା ଯାଇ ନ ଥିବାରୁ ତା’ର ଆଙ୍ଗୁଠି ଆଉ ଯୋଡ଼ି ହୋଇ ପାରିଲା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe