ସନ୍ଧ୍ୟା ୭ଟାରେ ଶପଥ ଗ୍ରହଣ: ମନ୍ତ୍ରୀପଦ ଲାଗି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌ କଲ୍‌ ପାଇଲେ ସାଂସଦ, ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡାକରା

ସନ୍ଧ୍ୟା ୭ଟାରେ ଶପଥ ଗ୍ରହଣ: ମନ୍ତ୍ରୀପଦ ଲାଗି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌ କଲ୍‌ ପାଇଲେ ସାଂସଦ, ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡାକରା

Hindustan Times

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୭ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କର ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବେ। ଏନଡିଏର କେତେକ ନେତାଙ୍କୁ ମନ୍ତ୍ରୀପଦ ଲାଗି ଇତିମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌ କଲ୍‌ ଯାଇଥିବାର ସୂଚନା ମିଳିଛି। ଫୋନ୍‌ କଲ୍‌ ପାଇଥିବା ନେତାମାନେ ସାଢ଼େ ୪ଟା ସମୟରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିବେ ଏବଂ ସେଠାରୁ ସମସ୍ତେ ରାଷ୍ଟ୍ରପତି ଭବନ ଅଭିମୁଖେ ଯିବେ ବୋଲି ଜଣାଯାଇଛି।

publive-image photo-oneindia

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌ କଲ୍‌ ପାଇଥିବା ନେତାମାନଙ୍କ ମଧ୍ୟରେ ଅଛନ୍ତି ସୁଷମା ସ୍ବରାଜ, ନୀତିନ ଗଡ଼କରୀ, ରାଜନାଥ ସିଂହ , ପ୍ରହଲ୍ଲାଦ ପଟେଲ, ଅର୍ଜୁନ ରାମ ମେଘଓ୍ଵାଲ୍‌ ,ରାମବିଳାସ ପାସଓ୍ଵାନ୍‌, ରବିଶଙ୍କର ପ୍ରସାଦ ,ପୀୟୁଷ ଗୋଏଲ, ରାମ ଦାସ ଆଠଓ୍ଵାଲେ,ଜିତେନ୍ଦ୍ର ସିଂହ, ଅନୁପ୍ରିୟା ପଟେଲ , ସ୍ମୃତି ଇରାନୀ, ନିର୍ମଳା ସୀତାରମଣ, ମୁଖତାର ଅବ୍‌ବାସ ନକଭି, ହରସିମରତ୍ କୌର ବାଦଲ, କୈଳାସ ଚୌଧୁରୀ, କିରଣ ରିଜ୍ଜୁ, କିଶନ୍‌ ରେଡ଼ି, ପ୍ରକାଶ ଜାଭଡେକର, ବାବୁଲ ସୁପ୍ରିୟୋ, ସଦାନନ୍ଦ ଗୌଡା, କିଶନପାଲ୍‌ ଗୁଜ୍ଜର, କୈଳାସ ଚୌଧୁରୀ,ନିତ୍ୟାନନ୍ଦ ରାୟ, ରାଜ୍ୟବର୍ଦ୍ଧନ ସିଂହ ରାଠୋର, ଗିରିରାଜ ସିଂହ, ଅରବିନ୍ଦ ସାୱନ୍ତ, ଥାବରଚନ୍ଦ ଗେହଲୋତ୍ ,ମହେଶ ଶର୍ମା, ପୁରୁଷୋତ୍ତମ  ରୁପାଲା, ରମେଶ ପୋଖରିୟାଲ୍ ନିଶଙ୍କ, ସୋମ ପ୍ରକାଶ, ସଂଜୀବ ବଲିୟାନ୍, ସୁରେଶ ଅଙ୍ଗାଡି, ନରେନ୍ଦ୍ର ସିଂହ ତୋମର, ରବୀନ୍ଦ୍ର ନାଥ, ମନଖୁସ ମାଣ୍ଡଭିଆ, ରାଓ ଇନ୍ଦ୍ରଜିତ, ଆର ସି ପି ସିଂ, ସଂଜୟ ଧୋତ୍ରେ, ଦେବଶ୍ରୀ  ଚୌଧୁରୀ, ମନସୁଖ ଭାସବା, ରାମେଶ୍ବର ତେଲି,ସନ୍ତୋଷ ଗଙ୍ଗୱାର ଓ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ନାମ ରହିଥିବା ଗଣମାଧ୍ୟମରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe