ପ୍ୟାଣ୍ଟ ପକେଟରେ ଫୋନ୍‌ ରଖିଥିବା ବେଳେ ହଠାତ୍‌ ଲାଗିଲା ନିଆଁ, ତା’ପରେ କ’ଣ ହେଲା ଜାଣନ୍ତୁ

Advertisment
ପ୍ୟାଣ୍ଟ ପକେଟରେ ଫୋନ୍‌ ରଖିଥିବା ବେଳେ ହଠାତ୍‌ ଲାଗିଲା ନିଆଁ, ତା’ପରେ କ’ଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ପାଖାପାଖି ତିନି ସପ୍ତାହ ପୁରୁଣା iPhone XS Maxରେ ନିଆଁ ଲାଗି ବିସ୍ଫୋରଣ ହେବାର ଏକ ମାମଲା ସାମ୍ନାକୁ ଆସିଛି।  ଏହି ଘଟଣା ଆମେରିକାର ଓହାୟୋରେ ଘଟିଥିବା ଜଣାପଡ଼ିଛି।

ଓହାୟୋର ଜାସ୍‌ ହିଲାର୍ଡଙ୍କ କହିବାନୁସାରେ, ସେ ନିଜ ପ୍ୟାଣ୍ଟର ପଛ ପକେଟରେ iPhone XS Max ଫୋନ୍‌ ରଖିଥିଲେ। ହଠାତ୍‌ ଫୋନ୍‌ଟି ବହୁତ ଗରମ ହୋଇଯାଇଥିଲା ବୋଲି ଅନୁଭବ ହୋଇଥିଲା। ସେଥିରୁ ଅଲଗା ପ୍ରକାର ଗନ୍ଧ ବାହାରୁ ଥିଲା। କିଛି ସମୟ ପରେ ଫୋନ୍‌ରୁ ସବୁଜ ଓ ହଳଦିଆ ରଙ୍ଗର ଧୁଆଁ ବାହାରିବାକୁ ଲାଗିଥିଲା। ଏହାପରେ ସେ ପ୍ୟାଣ୍ଟ ଓହ୍ଲାଇ ଭିତରେ ଫୋନ୍‌ର ନିଆଁ ଲାଗି ସାରିଥିଲା।

publive-image

ଏହି ମାମଲା ନେଇ ହିଲାର୍ଡ ଆପେଲ୍‌ର ରିପ୍ରେଜେଣ୍ଟେଟିଭସ୍‌ଙ୍କୁ ସମ୍ପର୍କ କରିଥିଲେ। କମ୍ପାନି ରିପ୍ରେଜେଣ୍ଟେଟିଭସ୍‌ ତାଙ୍କୁ ନୂଆ ଆଇଫୋନ୍‌ ଦେଇଥିଲେ। ତେବେ ଆଇଫୋନ୍‌ରେ କିଭଳି ଭାବେ ନିଆଁ ଲାଗିଲା ତାହା ଏଯାବତ୍‌ ସ୍ପଷ୍ଟ ହୋଇପାରି ନାହିଁ। ଆପେଲ ଏହି ମାମଲାରେ କୌଣସି ପ୍ରକାର ପ୍ରତିକ୍ରିୟା ଦେଇନାହିଁ। ଏହାପୂର୍ବରୁ ଆଇଓଏସ୍‌ ୧୨.୨.୧ ଅପଡେଟ୍‌ର ସମୟରେ ଏକ ଆଇଫୋନ୍‌ରେ ବିସ୍ଫୋରଣ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe