ଦିଲ୍ଲୀରୁ ଦାମୀ ଫୋନ ଚୋରି କରି ନେପାଳରେ ବିକୁଥିଲେ ଲୁଟେରା, ୩୦ ଲକ୍ଷ ଟଙ୍କାର ୧୨୭ଟି ମୋବାଇଲ ଜବତ କଲା ପୁଲିସ

Advertisment
ଦିଲ୍ଲୀରୁ ଦାମୀ ଫୋନ ଚୋରି କରି ନେପାଳରେ ବିକୁଥିଲେ ଲୁଟେରା, ୩୦ ଲକ୍ଷ ଟଙ୍କାର ୧୨୭ଟି ମୋବାଇଲ ଜବତ କଲା ପୁଲିସ

ପାଟନା: ରାଜଧାନୀ ଦିଲ୍ଲୀରୁ ଫୋନ ଚୋରି କରି ବିହାର ଆଣୁଥିଲେ | ଆଉ ଏଠାରୁ ନେପାଳ ଯାଇ ସେଠାରେ ବିକ୍ରି କରୁଥିଲେ | ବିହାରର ବେତିଆ ରେଳ ପୁଲିସ ମୋବାଇଲ ଚୋର ଗ୍ୟାଙ୍ଗର ଖୁଲାସା କରି ଟ୍ରେନରୁ ୪ ଜଣ ଚୋରଙ୍କୁ ଗିରଫ କରିଛି। ଏହି ଲୁଟେରାମାନଙ୍କ ପାଖରୁ ୧୨୭ଟି ଚୋରି ମୋବାଇଲ୍ ଜବତ କରାଯାଇଛି | ଗିରଫ ଚୋରମାନେ ଭାରତ-ନେପାଳ ସୀମାରେ ଅବସ୍ଥିତ ପୂର୍ବ ଚମ୍ପାରନର ଘୋରାସାହାନର ବାସିନ୍ଦା ହୋଇଥିବାବେଳେ ଏମାନଙ୍କ ନାମ ହେଉଛି ମହମ୍ମଦ ସେରାଜ, ପପୁ ଗୋସ୍ୱାମୀ, ନାସରୁଦ୍ଦିନ ଏବଂ କରଣ କୁମାର।

କୁହାଯାଉଛି ଯେ ଦିଲ୍ଲୀର କଲ୍ୟାଣପୁରରେ ଏକ ମୋବାଇଲ୍ ଦୋକାନର ସଟର କାଟି ଚୋରମାନେ ପ୍ରାୟ ୩୦ ଲକ୍ଷ ମୂଲ୍ୟର ମୋବାଇଲ୍ ଚୋରି କରିଥିଲେ। ଏହା ପରେ ସେମାନେ ସମ୍ପର୍କକ୍ରାନ୍ତି ସୁପରଫାଷ୍ଟ ଏକ୍ସପ୍ରେସରେ ବିହାରକ ଆସୁଥିଲେ | ତେବେ ନାରକଟିଆଗଞ୍ଜ ରେଲୱେ ପୁଲିସର ଟିମ୍ ଟ୍ରେନରେ ଚୋରା ମଦ ଯାଞ୍ଚ କରୁଥିଲା | ଏହି ସମୟରେ ୪ ଜଣ ଯୁବକଙ୍କ ଉପରେ ପୁଲିସର ସନ୍ଦେହ ହୋଇଥିଲା |

ଏହାପରେ ଯେତେବେଳେ ସେମାନଙ୍କୁ ଅଟକ ରଖାଯାଇ ପଚରାଉଚୁରା କରାଯାଇଥିଲା, ଏବାବଦରେ ଜଣାପଡିଥିଲା | ପଚରାଉଚରା ବେଳେ ଜଣାପଡିଥିଲା ​​ଯେ ଏମାନେ କେବଳ ଦିଲ୍ଲୀରୁ ନୁହେଁ ବରଂ ଦେଶର ଅନେକ ସ୍ଥାନରୁ ମୋବାଇଲ ଚୋରି କରି ନେପାଳରେ ବିକ୍ରି କରିଥାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe