ଆଇଫୋନ୍‌ରୁ ୭ ହଜାର ଫଟୋ ୫ ଶହ ଭିଡିଓ ଡିଲିଟ୍‌ ହେବା ପରେ ଚିନ୍ତାରେ ମମି

ନିରାଶ ଅନୁଭବ କରୁଛି: ଟିଏମ୍‌ସି ସାଂସଦ ମିମି ଚକ୍ରବର୍ତ୍ତୀ

ଆଇଫୋନ୍‌ରୁ ୭ ହଜାର ଫଟୋ ୫ ଶହ ଭିଡିଓ ଡିଲିଟ୍‌ ହେବା ପରେ ଚିନ୍ତାରେ ମମି

NDtv.com

ନୂଆଦିଲ୍ଲୀ : ଆଇଫୋନ୍‌ରୁ ୭ ହଜାର ଫଟୋ ଏବଂ ୫ ଶହ ଭିଡିଓ ଡିଲିଟ୍‌ ହେବା ପରେ ନିରାଶ ହୋଇ ପଡ଼ିଛନ୍ତି ପଶ୍ଚିମବଙ୍ଗ ତୃଣମୂଳ ସାଂସଦ ମିମି ଚକ୍ରବର୍ତ୍ତୀ। ସେ ଅତି ବିକଳ ହୋଇ କହିଛନ୍ତି, ଏହି ଘଟଣାରେ ସେ ଖାଲି କାନ୍ଦିବେ ନା ଚିତ୍କାର କରି କାନ୍ଦିବେ ଜାଣିପାରୁ ନାହାନ୍ତି। ସେ ହତାଶ ହୋଇ ପଡ଼ିଛନ୍ତି। ସେ ଏକଥା ଲେଖି ଆପଲ୍‌ ଏବଂ ଆପଲ୍‌ର ସହଯୋଗୀ ମାନଙ୍କୁ ଜଣାଇଛନ୍ତି।

ପଶ୍ଚିମବଙ୍ଗ ଯାଦବପୁର ଲୋକସଭା ସାଂସଦ ମିମି ଚକ୍ରବର୍ତ୍ତୀଙ୍କ ଏଭଳି ହତାଶଭାବ ଦେଖି ସୋସିଆଲ ମିଡିଆରେ କିଛି ଲୋକ ତାଙ୍କୁ ସହଯୋଗ କରିବାକୁ ଯାଇ କିଛି ପ୍ରସ୍ତାବ ଏବଂ ପ୍ରତିକାର ମଧ୍ୟ ଲେଖିଛନ୍ତି। ଆଉ କିଛି ୟୁଜର୍ସ ଥଟ୍ଟା କରି ଲେଖିଛନ୍ତି, ଲୋକସଭା ସାଂସଦ ‌କେବଳ ତାଙ୍କ ଫଟୋ ପାଇଁ ବ୍ୟସ୍ତ ହେଉଛନ୍ତି। ହଜାର ହଜାର ପିଲା ସ୍କୁଲ ଛାଡ଼ିଲେଣି, ଶହଶହ ଯୁବକ ଯୁବତୀ ଚାକିରି ହରାଇଲେଣି। ହଜାର ହଜାରଲୋକ ଭୋକିଲା ପେଟରେ ଶୂନ୍ୟ ଆକାଶକୁ ଚାହିଁଛନ୍ତି। ହେଲେ ଏଥିପ୍ରତି ମିମି ମ୍ୟାଡାମ୍‌ଙ୍କରଚିନ୍ତା ନାହିଁ। ଅଥଚ ତାଙ୍କ ଫଟୋ ଆଉ ଭିଡିଓ ଡିଲିଟ୍‌ ହୋଇ ଯାଇଥିବାରୁ ସେ ବ୍ୟସ୍ତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe