ଚର୍ମ ଚିକିତ୍ସା ବିଜ୍ଞାପନରେ ମୋର୍ଗାନ୍ ଫ୍ରିମ୍ୟାନ୍‌ଙ୍କ ଫଟୋ, କେରଳ ହସ୍ପିଟାଲ ସମାଲୋଚିତ

Advertisment
ଚର୍ମ ଚିକିତ୍ସା ବିଜ୍ଞାପନରେ ମୋର୍ଗାନ୍ ଫ୍ରିମ୍ୟାନ୍‌ଙ୍କ ଫଟୋ, କେରଳ ହସ୍ପିଟାଲ ସମାଲୋଚିତ

ନୂଆଦିଲ୍ଲୀ: କେରଳ ଏକ ହସ୍ପିଟାଲ ଚର୍ମ ଚିକିତ୍ସା ନିମନ୍ତେ ଦେଇଥିବା ବିଜ୍ଞାପନ ଲାଗି ସମାଲୋଚିତ ହୋଇଛି। ଏହି ବିଜ୍ଞାପନ ଇଣ୍ଟରନେଟରେ ଭାଇରାଲ ହେବା ପରେ ବହୁ ନେଟ୍ ବ୍ୟବହାରକାରୀ (ନେଟିଜେନ୍) ନିନ୍ଦା କରିଛନ୍ତି। ଏହାର କାରଣ ହେଉଛି ଉକ୍ତ ବିଜ୍ଞାପନରେ ବିଖ୍ୟାତ ହଲିଉଡ୍ ଅଭିନେତା ମୋର୍ଗାନ୍ ଫ୍ରିମ୍ୟାନ୍‌ଙ୍କ ମୁହଁକୁ ବ୍ୟବହାର କରାଯାଇଛି।

ସୂଚନାଯୋଗ୍ୟ ଯେ, କେରଳର ବଡ଼କରା କୋଅପରେଟିଭ୍ ହସ୍ପିଟାଲ ଭାତୁଡ଼ି, କଳାଜାଇ, କଳାଦାଗ, ବଳି (କୁଞ୍ଚନ) ପ୍ରଭୃତି ଚର୍ମଜନିତ ସମସ୍ୟାର ଚିକିତ୍ସା ପାଇଁ ଯେଉଁ ବିଜ୍ଞାପନଟି ଦେଇଥିଲା, ସେଥିରେ ପ୍ରଖ୍ୟାତ ହଲିଉଡ୍ ଅଭିନେତା ଫ୍ରିମ୍ୟାନ୍‌ଙ୍କ ମୁହଁକୁ ବ୍ୟବହାର କରିଥିଲା। ଏହି ଫଟୋ ଇଣ୍ଟରନେଟ୍‌ରେ ଭାଇରାଲ ହେବା ସହ ସମାଲୋଚନାର ଶିକାର ହୋଇଥିଲା। ଫିଲ୍ମ କ୍ରିଟିକ୍ ଜିପି ରାମଚନ୍ଦ୍ରନ୍ କହିଛନ୍ତି ଏହି ଘଟଣା ପାଇଁ କେରଳ ସମଗ୍ର ବିଶ୍ବରେ ଲଜ୍ଜିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe