photo-the news minute
ନୂଆଦିଲ୍ଲୀ: ଜୁଲାଇ ୧୬ରେ ଭାରତରେ ରଏଟର୍ସର ମୁଖ୍ୟ ଫଟୋ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିବା ଦାନିସ ସିଦ୍ଦିକି ଆଫଗାନିସ୍ଥାନରେ ମୃତ୍ୟୁବରଣ କରିଥିଲେ । ସେ ଆଫଗାନିସ୍ଥାନର କାନ୍ଦାହାର ପ୍ରଦେଶ ସ୍ଥିତ ସ୍ପିନ ବୋଲଡକ୍ ଜିଲ୍ଲାରେ ଚାଲିଥିବା ତାଲିବାନ ଓ ଆଫଗାନ ସେନାଙ୍କ ସଂଘର୍ଷର କଭରେଜ୍ ପାଇଁ ସେଠାକୁ ଯାଇଥିଲେ । ହେଲେ ତାଲିବାନର ଗୁଳିରେ ତାଙ୍କର ମୃତ୍ୟୁ ହୋଇଥିଲା | ତେବେ ଆଜି ସନ୍ଧ୍ୟାରେ ତାଙ୍କର ମରଶରୀର ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛି | ଏବେ ଜାମିଆ ମିଲିଆ ଇସଲାମିଆ କବରସ୍ଥାନରେ ତାଙ୍କୁ କବର ଦିଆଯିବ ବୋଲି ଜଣାପଡ଼ିଛି |

ସବୁଠାରୁ ବଡ଼ କଥା ହେଲା ପ୍ରଥମ ଥର ପାଇଁ ଜାମିଆ ମିଲିଆ ଇସଲାମିଆ କୌଣସି ବାହାର ଲୋକଙ୍କୁ କବର ଦେବା ପାଇଁ ଅନୁମତି ଦେଇଛି | ଜାମିଆ ମିଲିଆ ଇସଲାମିଆ (ଜେଏମଇ) ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଫଟୋ ସାମ୍ବାଦିକ ଦାନିସ ସିଦ୍ଦିକିଙ୍କ ପରିବାର ଜେଏମଇ କବରସ୍ତାନରେ ତାଙ୍କୁ କବର ଦେବା ପାଇଁ କରିଥିବା ଅନୁରୋଧ ଗ୍ରହଣ କରିଛନ୍ତି କୁଳପତି | ଜେଏମଇ କବରସ୍ତାନ କେବଳ ବିଶ୍ୱବିଦ୍ୟାଳୟର କର୍ମଚାରୀ, ସେମାନଙ୍କ ପତି-ପତ୍ନୀ ଏବଂ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ | କିନ୍ତୁ ପ୍ରଥମ ଥର ପାଇଁ କୁଳପତି ଦାନିସଙ୍କୁ କବର ଦେବାକୁ ଅନୁମତି ଦେଇଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2021/07/Danish-Siddiqui_160721_1200x800.jpg)