ଭାଇରାଲ ହେଉଛି ସମଲିଙ୍ଗୀ କପଲଙ୍କ ଫଟୋସୁଟ

Advertisment
ଭାଇରାଲ ହେଉଛି ସମଲିଙ୍ଗୀ କପଲଙ୍କ ଫଟୋସୁଟ

ତିରୁବନନ୍ତପୁରମ: କେରଳର ଦୁଇ ଯୁବତୀଙ୍କ ଫଟୋସୁଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ଉଭୟ ସମଲିଙ୍ଗୀ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯେଉଁଥିପାଇଁ ଏହା ଉପରେ ଆଲୋଚନା ହେଉଛି | ଫଟୋରେ ଉଭୟ କନ୍ୟା ଭାବେ ସଜେଇ ହୋଇଥିବାର ନଜର ଆସିଛନ୍ତି ଏବଂ ସେମାନଙ୍କର ଫଟୋ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରାଯାଉଛି | ବାସ୍ତବରେ, କେରଳରେ ରହୁଥିବା ଆଦିଲା ନାସିରିନ୍ ଏବଂ ଫାତିମା ନୁରା ସୋସିଆଲ ମିଡିଆରେ ଏକ ସୁନ୍ଦର ବିବାହ ଫଟୋସୁଟ ପୋଷ୍ଟ କରିଛନ୍ତି। ଯାହାକି ସୋସିଆଲ ମିଡ଼ିଆ ୟୁଜର୍ସଙ୍କ ଦୃଷ୍ଟି ଆକର୍ଷଣ କରୁଛି | ଏଥି ସହିତ ସେମାନଙ୍କର ସମଲିଙ୍ଗୀ ବିବାହ ସବୁଆଡେ ଆଲୋଚନା ହେଉଛି।

ଉଲ୍ଲେଖ ଥାଉ କି ଆଦିଲା ନାସିରିନ୍ ଏବଂ ଫାତିମା ନୁରାଙ୍କ ପିତାମାତା ସମଲିଙ୍ଗୀ ସମ୍ପର୍କ ହେତୁ ସେମାନଙ୍କୁ ଅଲଗା କରିଥିଲେ। ଏହା ପରେ ଆଦିଲା ନ୍ୟାୟ ପାଇଁ କୋର୍ଟ ନିକଟକୁ ଯାଇଥିଲେ। ଆଦିଲା କେରଳ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଆଉ କୋର୍ଟ ସେମାନଙ୍କୁ ବିବାହ କରିବାକୁ ଅନୁମତି ଦେଇଥିଲେ |


ବର୍ତ୍ତମାନ ଇନଷ୍ଟାଗ୍ରାମରେ ଆସିଥିବା ଫଟୋଗୁଡ଼ିକରେ ଆଦିଲା ଏବଂ ଫାତିମା କନ୍ୟା ପରି ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି। ଫଟୋଗୁଡ଼ିକରେ ଉଭୟ ଲେହେଙ୍ଗା ଏବଂ ଆକର୍ଷଣୀୟ ଅଳଙ୍କାରରେ ସଜ୍ଜିତ ହୋଇଥିବା ଦେଖିବାକୁ ମିଳିଛି | ତେବେ, ଏହି ଦମ୍ପତି ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି | ଦମ୍ପତିଙ୍କ କହିବା ଅନୁଯାୟୀ, ସେମାନେ କେବଳ ଫଟୋସୁଟ୍ କରିଛନ୍ତି ଓ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe