ଝଡ଼ାଫୁଙ୍କା ବାହାନାରେ ନାବାଳିକାଙ୍କୁ ଦୁଷ୍କର୍ମ କଲା ତାନ୍ତ୍ରିକ

Advertisment
ଝଡ଼ାଫୁଙ୍କା ବାହାନାରେ ନାବାଳିକାଙ୍କୁ ଦୁଷ୍କର୍ମ କଲା ତାନ୍ତ୍ରିକ

photo-zee news

ଭୋପାଳ: ଝଡ଼ାଫୁଙ୍କା ବାହାନାରେ ନାବାଳିକାଙ୍କୁ ନିଜ ସହ ନେଲା ତାନ୍ତ୍ରିକ ଓ ଝିଅ ସୁସ୍ଥ ହେବା ଆଶାରେ ପରିବାର ଲୋକ ଆଶ୍ରମ ବାହାରେ ଅପେକ୍ଷା କରିଥିଲେ | ତେବେ ତାନ୍ତ୍ରିକ ଜଣକ ନାବାଳିକାଙ୍କୁ ସହ ପ୍ରତାରଣା କରି ତାଙ୍କ ସହ ଦୁଷ୍କର୍ମ କରିଥିଲା | ମଧ୍ୟପ୍ରଦେଶର ସିଧି ଜିଲ୍ଲାରୁ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି | ମିଳିଥିବା ସୂଚନା ମୁତାବକ ପୀଡିତାଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଅନୁଯାୟୀ ପୁଲିସ ଏବେ ଦୁଷ୍କର୍ମ ମାମଲା ରୁଜୁ କରି ଅଭିଯୁକ୍ତ ତାନ୍ତ୍ରିକକୁ ଖୋଜିବା ଆରମ୍ଭ କରିଛି।

ପୂରା ମାମଲା ମଝୋଲି ପୁଲିସ ଷ୍ଟେସନ ଅଞ୍ଚଳରେ ଘଟିଛି ଯେଉଁଠାରେ ଜଣେ ୧୫ ବର୍ଷର ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ ତାଙ୍କ ସମ୍ପର୍କୀୟମାନେ ବିଗିଡି ତାଙ୍କୁ ଡାକ୍ତରଖାନା ବଦଳରେ ଚିକିତ୍ସା ପାଇଁ ତାନ୍ତ୍ରିକ ଘରକୁ ନେଇ ଯାଇଥିଲେ। ଯେଉଁଠାରେ ତାନ୍ତ୍ରିକ ଜଣକ ଝଡ଼ାଫୁଙ୍କା ଆରମ୍ଭ କରିଦେଇଥିଲା | ତେବେ ନାବାଳିକାଙ୍କୁ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ନ ଆସିବାରୁ ତାନ୍ତ୍ରିକ ଜଣକ ଝିଅଙ୍କୁ ଗୁପ୍ତ ଚିକିତ୍ସା ଦେବାକୁ କହିଥିଲା |

ଏହା ପରେ ପରିବାର ଲୋକଙ୍କୁ ଘର ବାହାରେ ଅପେକ୍ଷା କରିବାକୁ କହି ଝିଅଟିକୁ ଘର ଭିତରକୁ ନେଇ ଚାଲିଯାଇଥିଲା | କିଛି ଘଣ୍ଟା ପରେ ଝିଅଟି ଯେତେବେଳେ ଘରୁ ବାହାରକୁ ଆସିଥିଲା, ସେ ପରିବାର ଲୋକଙ୍କ ଆଗରେ ସବୁ କଥା ବଖାଣିଦେଇଥିଲା | ଝିଅଟିର କହିବା ମୁତାବକ ତାନ୍ତ୍ରିକ ଜଣକ ତା ସହ ଦୁଷ୍କର୍ମ କରିଥିଲା | ଯାହା ପରେ ପୀଡିତାଙ୍କ ପରିବାର ମଝୋଲି ପୁଲିସ ଷ୍ଟେସନରେ ଏହି ବିଷୟରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe