କୋଭିଡ୍‌ ନିୟମ ଉଲ୍ଲଂଘନ କରୁଥିବା ଯାତ୍ରୀଙ୍କୁ ବିମାନରୁ ବାହାର କରିଦିଅ: ଦିଲ୍ଲୀ ହାଇକୋର୍ଟ

Advertisment
କୋଭିଡ୍‌ ନିୟମ ଉଲ୍ଲଂଘନ କରୁଥିବା ଯାତ୍ରୀଙ୍କୁ ବିମାନରୁ ବାହାର କରିଦିଅ: ଦିଲ୍ଲୀ ହାଇକୋର୍ଟ

Image Courtesy of India Today

ନୂଆଦିଲ୍ଲୀ: ବିମାନ ବନ୍ଦର ଏବଂ ବିମାନ ଭିତରେ ମାସ୍କ୍‌ ପରିଧାନ ବ୍ୟବସ୍ଥା କଡ଼ାକଡ଼ି ଲାଗୁ କରାଇବା ପାଇଁ କହିବା ସହ ପ୍ରୟୋଜନ ହେଲେ କୋଭିଡ୍‌ ନିୟମ ଉଲ୍ଲଂଘନ କରୁଥିବା ଯାତ୍ରୀମାନଙ୍କୁ ବିମାନରୁ ବାହାର କରିଦିଆଯାଉ ବୋଲି ଆଜି ଦିଲ୍ଲୀ ହାଇକୋର୍ଟ କହିଛନ୍ତି।

ବିମାନ ବନ୍ଦର ଓ ବିମାନ ଭିତରେ କୋଭିଡ୍‌ ନିୟମ ଉଲ୍ଲଂଘନ କରାଯାଉଛି ବୋଲି ଦାଏର ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରିବା ବେଳେ ସୁପ୍ରିମ୍‌ କୋର୍ଟ ଉପରୋକ୍ତ ଆଦେଶ ଦେଇଛନ୍ତି।

ଦିଲ୍ଲୀ ହାଇକୋର୍ଟର କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତି ବିପିନ ସାଙ୍ଘିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି ଯେ, ବିମାନ ବନ୍ଦର ଏବଂ ବିମାନ ଭିତରେ ମାସ୍କ୍‌ ପିନ୍ଧୁ ନ ଥିବା ଯାତ୍ରୀମାନଙ୍କ ଉପରେ ଅଧିକ ଜରିମାନା କରାଯିବା ଉଚିତ। ବିମାନ କ୍ଷେତ୍ରରେ ସମସ୍ତ କୋଭିଡ୍‌ ନିମୟ ଲାଗୁ କରାଯିବା ଆବଶ୍ୟକ। ପ୍ରୟୋଜନ ହେଲେ ନିୟମ ଉଲ୍ଲଂଘନକାରୀଙ୍କୁ ବିମାନରୁ ବାହାର କରି ଦିଆଯିବା ଉଚିତ।

publive-image Image Courtesy of The Times of India

‘ଡିଜିସିଏ’ର ପ୍ରତିନିଧିତ୍ବ କରୁଥିବା ଓକିଲ ଅଦାଲତଙ୍କୁ କହିଥିଲେ କି, କେବଳ ଭୋଜନ ବେଳେ ଯାତ୍ରୀମାନଙ୍କୁ ମାସ୍କ୍‌ ଓହ୍ଲାଇବାକୁ ଅନୁମତି ଦିଆଯାଇଛି।

ମୁଖ୍ୟ ବିଚାରପତି କହିଲେ ଯେ, କୋଭିଡ୍‌ ସଂକ୍ରମଣ ଆଶଙ୍କା ହ୍ରାସ କରିବା ଲାଗି ମାସ୍କ୍‌ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଖାଇବା ପିଇବା ବେଳେ ଜଣେ ମାସ୍କ୍‌ ଓହ୍ଲାଇ ପାରିବେ। ବିମାନ ମଧ୍ୟରେ ମାସ୍କ୍‌ ପିନ୍ଧିବା ନିମୟ ଏବେ ବି ବଳବତ୍ତର ରହିଛି। କିନ୍ତୁ, ବିମାନଯାତ୍ରା ବେଳେ ଯାତ୍ରୀମାନେ ମାସ୍କ୍‌ ପିନ୍ଧୁ ନ ଥିବା କଥା ମୁଁ ମଧ୍ୟ ଦେଖିଛି। ଏହି ନିୟମ ଲାଗୁ କରାଯାଉନାହିଁ। କିନ୍ତୁ, ବିମାନଯାତ୍ରା ବେଳେ ଏହି ନିୟମ ଲାଗୁ ହେବା ଆବଶ୍ୟକ।

ଏଥିସହ, ବିମାନ ବନ୍ଦର ଏବଂ ବିମାନରେ ଲାଗୁ ହେବା ପାଇଁ ଗାଇଡ୍‌ଲାଇନ୍‌ ପ୍ରସ୍ତୁତି କରିବା ଲାଗି ଦିଲ୍ଲୀ ହାଇକୋର୍ଟ ‘ଡିଜିସିଏ’କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe