ମଝି ରାସ୍ତାରେ ଓହ୍ଲାଇଲା ବିମାନ, ଯାତ୍ରୀଙ୍କୁ ବସ୍‌ରେ ଘରକୁ ଯିବାକୁ କହିଲେ ବିମାନ କର୍ତ୍ତୃପକ୍ଷ

Advertisment
ମଝି ରାସ୍ତାରେ ଓହ୍ଲାଇଲା ବିମାନ, ଯାତ୍ରୀଙ୍କୁ ବସ୍‌ରେ ଘରକୁ ଯିବାକୁ କହିଲେ ବିମାନ କର୍ତ୍ତୃପକ୍ଷ

ଲହୋର: ପାକିସ୍ତାନର ଏକ ବିମାନ ଉଡ଼ାଣ ଭରୁଥିବା ସମୟରେ ଆକାଶପଥ ଝାପ୍‌ସା ଦିଶିବାରୁ ବିମାନ ଚାଳକ ଅଧର ରାସ୍ତାରେ ବିମାନଟିକୁ ଲ୍ୟାଣ୍ଡ୍‌ କରାଇ ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇ ବସ୍‌ରେ ଯିବା ପାଇଁ କହିଥିବା ଜାଣିବାକୁ ମିଳିଛି। ପାକିସ୍ତାନୀ ଇଣ୍ଟରନେସ୍‌ନାଲ୍‌ ଏୟାର୍‌ଲାଇନ୍‌(ପିଆଇଏ) ବିମାନଟି ଅବୁଧାବିରୁ ରହିମ ୟାର୍‌ ଖାନ୍‌ ଯାଉଥିବା ବେଳେ ଝାପ୍‌ସା ଦିଶିବା ହେତୁ ବିମାନ ଚାଳକ ବିମାନଟିକୁ ଲହୋରଠାରେ ଲ୍ୟାଣ୍ଡ୍‌ କରାଇ ଦେଇଥିଲେ। ଲ୍ୟାଣ୍ଡ୍‌ କରିବା ପରେ ଯାତ୍ରୀମାନଙ୍କୁ ନିଜ ଗନ୍ତବ୍ୟକୁ ବସ୍‌ରେ ଯିବା ପାଇ ଦିଆଯାଇଥିବା ପ୍ରସ୍ତାବରେ ସେମାନେ ଅରାଜି ପ୍ରକାଶ କରି ବିମାନ ଛାଡ଼ିବାକୁ ମନା କରିଥିଲେ।

ଲହୋରରୁ ରହିମ୍‌ ୟାର୍‌ ଖାନର ଦୂରତା ପ୍ରାୟ ୬୨୪.୫ କିଲୋ ମିଟର। ଯାତ୍ରୀମାନେ ବିମାନକୁ ସେମାନଙ୍କୁ ନେଇ ମୁଲତାନ ବିମାନ ବନ୍ଦରରେ ଛାଡ଼ିବାକୁ କହିଥିଲେ। ମୁଲତାନ ବିମାନ ବନ୍ଦରରୁ ରହିମ ୟାର୍‌ ଖାନ୍‌ର ଦୂରତା ୨୯୨ କିଲୋମିଟର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe