କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କ ଝିଅକୁ ବିବାହ କଲେ ସିସିଡି ପ୍ରତିଷ୍ଠାତାଙ୍କ ପୁଅ ଅମର୍ତ୍ୟ

Advertisment
କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କ ଝିଅକୁ ବିବାହ କଲେ ସିସିଡି ପ୍ରତିଷ୍ଠାତାଙ୍କ ପୁଅ ଅମର୍ତ୍ୟ

thenewsminute

ନୂଆଦିଲ୍ଲୀ: କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କ ଝିଅ ଐଶ୍ୱର୍ଯ୍ୟା ରବିବାର ଦିନ କାଫେ କଫି ଡେ(ସିସିଡି)ର ପ୍ରତିଷ୍ଠାତା ଭି.ଜି ସିଦ୍ଧାର୍ଥଙ୍କ ପୁଅ ଅମର୍ତ୍ୟଙ୍କୁ ବିବାହ କରିଛନ୍ତି। ଅମର୍ତ୍ୟ ହେଉଛନ୍ତି ବିଜେପି ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଏମ କ୍ରିଷ୍ଣାଙ୍କ ନାତି। ବେଙ୍ଗାଲୁରୁର ଏକ ଘରୋଇ ହୋଟେଲରେ ଐଶ୍ୱର୍ଯ୍ୟା ଏବଂ ଅମର୍ତ୍ୟଙ୍କ ବିବାହ ଅନୁଷ୍ଠିତ ହୋଇଛି। ଦୁହେଁ ଗତ ବର୍ଷ ନଭେମ୍ବରରେ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ନିର୍ବନ୍ଧ କରିଥିଲେ ବୋଲି ଜଣାପଡ଼ିଛି।

ବିବାହ ସମୟର କିଛି ଫଟୋ ଏବେ ଭାଇରାଲ ହୋଇଛି, ଯେଉଁଥିରେ ଐଶ୍ୱର୍ଯ୍ୟା ଏକ ଲାଲ ଏବଂ ଧଳା ରଙ୍ଗର ଶାଢ଼ୀ ପିନ୍ଧିଥିବାବେଳେ ଅମର୍ତ୍ୟ ଏକ ଧଳା କୁର୍ତ୍ତା ପିନ୍ଧିଥିବା ଦେଖାଯାଇଛି। ଡି.କେ ଶିବକୁମାର ଏକ ଧଳା କୁର୍ତ୍ତା ପିନ୍ଧିଥିବା ବେଳେ ତାଙ୍କ ପତ୍ନୀ ଗୋଲାପୀ ଏବଂ ସୁବର୍ଣ୍ଣ ରଙ୍ଗର ଶାଢ଼ୀ ପିନ୍ଧିଥିବା ଫଟୋରେ ଦେଖିବାକୁ ମିଳିଛି।

publive-image thenewsminute

ଫଟୋ ସହ ଡି.କେ ଶିବକୁମାର ମଧ୍ୟ ତାଙ୍କ ଫେସବୁକ୍ ପ୍ରୋଫାଇଲରେ ସମାରୋହର ଏକ ଲାଇଭ୍ ଷ୍ଟ୍ରିମ୍ ସେୟାର କରିଥିଲେ। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମୈୟା ଏବଂ ଏଚଡି କୁମାରସ୍ୱାମୀଙ୍କ ପରି ଅନେକ ରାଜନୈତିକ ନେତା ମଧ୍ୟ ଉପସ୍ଥିତ ରହି ନବ ବିବାହିତ ଦମ୍ପତିଙ୍କୁ ଆର୍ଶୀବାଦ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe