ndtv
ନୂଆଦିଲ୍ଲୀ: ଜାନୁଆରି ୨୦୨୨ରେ କେନ୍ଦ୍ରୀୟ ଲୋକସେବା ଆୟୋଗଦ୍ବାରା ଆୟୋଜିତ ‘୨୦୨୧ ସିଭିଲ୍ ସର୍ଭିସ୍ ପରୀକ୍ଷା’ର ଫଳାଫଳ ପ୍ରକାଶ ପାଇବା ପରେ ମହିଳାମାନେ ବାଜି ମାରିଥିବା ଦେଖାଯାଇଥିଲା। କାରଣ ଟପ୍-୩ରେ ୩ ଜଣ ମହିଳା ରହିଥିବା ବେଳେ ସର୍ବଭାରତୀୟସ୍ତରରେ ଶ୍ରୁତି ଶର୍ମା ତାଲିକାର ପ୍ରଥମ ସ୍ଥାନରେ ରହି ଟପ୍ପର ହୋଇଥିଲେ। ତେବେ ଫଳ ପ୍ରକାଶ ପାଇବା ପରେ ପ୍ରଥମ ଥର ପାଇଁ ୩ଜଣ ଟପ୍ପର ସାଥୀରେ ସେଲଫି ନେଇଥିବା ଦେଖାଯାଇଛି। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ୩ ଆଇଏଏସ୍ ଟପ୍ପର ଉତ୍ତରପ୍ରଦେଶର ଶ୍ରୁତି ଶର୍ମା, ପଶ୍ଚିମବଙ୍ଗର ଅଙ୍କିତା ଅଗ୍ରୱାଲ ଓ ଚଣ୍ଡିଗଡର ଗାମିନୀ ସିଙ୍ଗଲା ସେଲଫି ନେଇଥିବା ବେଳେ ଏହା ଏବେ ଭାଇରାଲ ହୋଇଛି।
ndtvସୂଚନା ମୁତାବକ, ୟୁପିଏସସି ପରୀକ୍ଷା ୨୦୨୧ରେ ଉତ୍ତୀର୍ଣ୍ଣ ହୋଇଥିବା ଶ୍ରେଷ୍ଠ ୨୦ ଜଣ ପ୍ରାର୍ଥୀଙ୍କୁ ମଙ୍ଗଳବାର ଦିନ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସମ୍ମାନିତ କରିଥିଲେ। ଶ୍ରୀ ସିଂ ଶ୍ରେଷ୍ଠ ୨୦ ପ୍ରାର୍ଥୀଙ୍କ ସହିତ ଅନେକ ବିଷୟରେ ଆଲୋଚନା କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ ୩ଜଣ ଟପ୍ପର ସେଲଫି ନେବାରେ ମନୋନିବେଶ କରିଥିବା ଦେଖାଯାଇଥିଲା, ଯାହା ଏବେ ଭାଇରାଲ ହୋଇଛି।
ତେବେ ଶ୍ରୁତି ଶର୍ମା ଉତ୍ତରପ୍ରଦେଶର ବିଜନୋରର ବାସିନ୍ଦା । ସେ ଦିଲ୍ଲୀର ଷ୍ଟିଫେନ୍ସ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିବା ସହ ଜବାହରଲାଲ ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ଶିକ୍ଷା ଶେଷ କରିଥିଲେ । ସେ ଇତିହାସର ଛାତ୍ରୀ ଓ ଜାମିଆ ବିଶ୍ୱବିଦ୍ୟାଳୟର ଆରସିଏରେ କୋଚିଂ ନେଉଥିଲେ । ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ୨୩ଜଣ ଟପ୍ପର ଜାମିଆ ବିଶ୍ୱବିଦ୍ୟାଳୟର ଆରସିଏରେ କୋଚିଂ ନେଉଥିଲେ ବୋଲି ଜଣାପଡ଼ିଛି।
Follow Us