Advertisment

Terrorists Killed: କିସ୍ତୱାଡ଼ ଅପରେସନରେ ୭ଜଣ ଆତଙ୍କବାଦୀ ନିହତ

Advertisment

ଜମ୍ମୁ -କାଶ୍ମୀରର କିସ୍ତୱାଡ଼ରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବର୍ଷେ ହେଲା ଚାଲିଥିବା ଅପରେସନରେ ପାକିସ୍ତାନସ୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈସ-ଏ-ମହମ୍ମଦର କମାଣ୍ଡର ସୈଫୁଲ୍ଲା ସମେତ ୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଜମ୍ମୁ -କାଶ୍ମୀରର କିସ୍ତୱାଡ଼ରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବର୍ଷେ ହେଲା ଚାଲିଥିବା ଅପରେସନରେ ପାକିସ୍ତାନସ୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈସ-ଏ-ମହମ୍ମଦର କମାଣ୍ଡର ସୈଫୁଲ୍ଲା ସମେତ ୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

New Project

ଶ୍ରୀନଗର: ଜମ୍ମୁ -କାଶ୍ମୀରର କିସ୍ତୱାଡ଼ରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବର୍ଷେ ହେଲା ଚାଲିଥିବା ଅପରେସନରେ ପାକିସ୍ତାନସ୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈସ-ଏ-ମହମ୍ମଦର କମାଣ୍ଡର ସୈଫୁଲ୍ଲା ସମେତ ୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅପରେସନରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏଫପିଭି ଡ୍ରୋନ୍, ସାଟେଲାଇଟ୍‌ ଚିତ୍ର, ୟୁଏଭି ପରି ଉଚ୍ଚ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ଉପକରଣ ବ୍ୟବହାର କରାଯାଇଥିଲା।

ଅଧିକପଢ଼ନ୍ତୁ:ସିକିମରେ ତୁଷାରପାତ ମଧ୍ୟରେ ଅପରେସନ୍ ହିମରାହତ

 ୨୦୨୪ରେ ଆତଙ୍କବାଦୀ ଆକ୍ରମଣରେ ୪ ଜଣ ଯବାନ ହୋଇଥିଲେ ସହିଦ

ରବିବାର ପୁଲିସ୍‌, ସିଆର୍‌ପିଏଫ୍‌ ଓ ସେନାର ମିଳିତ ଦଳ ଚାତ୍ରୁ ଜଙ୍ଗଲ ଅଞ୍ଚଳର ପାସେର୍‌କୁଟ୍‌ଠାରେ ଜୈସ୍‌ର ତିନି ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ସୈଫୁଲ୍ଲା ଗତ ପାଞ୍ଚ ବର୍ଷ ହେଲା କିସ୍ତୱାଡ଼ ଓ ଡୋଡା ଅଞ୍ଚଳରେ ସକ୍ରିୟ ଥିଲା। ସୁରକ୍ଷାକର୍ମୀଙ୍କ ଉପରେ ବିଭିନ୍ନ ସମୟରେ ଆକ୍ରମଣ ଘଟଣାରେ ତା’ର ସମ୍ପୃକ୍ତି ଥିଲା। ଜୁଲାଇ ୨୦୨୪ରେ ଆତଙ୍କବାଦୀ ଆକ୍ରମଣରେ ୪ ଜଣ ଯବାନ ସହିଦ ହୋଇଥିଲେ। ଏହା ପଛରେ ମଧ୍ୟ ସୈଫୁଲ୍ଲାର ହାତ ଥିଲା। ଅନେକ ଥର ସୈଫୁଲ୍ଲା ସୁରକ୍ଷାକର୍ମୀଙ୍କ ହାତରୁ ଖସି ଯାଉଥିବାବେଳେ ଗତକାଲି ସେ ଓ ତା’ର ଦୁଇ ସହଯୋଗୀ ସୁରକ୍ଷାକର୍ମୀଙ୍କ ସହିତ ସଂଘର୍ଷରେ ନିହତ ହୋଇଥିଲେ।

ଅଧିକପଢ଼ନ୍ତୁ:ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟ: ତୁରନ୍ତ ଇରାନ ଛାଡ଼ିବାକୁ ନିଜ ନାଗରିକଙ୍କୁ କହିଲା ଭାରତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe