ଜାମିଆ ହିଂସା : ୭୦ ଦଙ୍ଗାକାରୀଙ୍କୁ ଚିହ୍ନଟ କଲା ପୁଲିସ, ଫଟୋ ଜାରି

Advertisment
ଜାମିଆ ହିଂସା : ୭୦ ଦଙ୍ଗାକାରୀଙ୍କୁ ଚିହ୍ନଟ କଲା ପୁଲିସ, ଫଟୋ ଜାରି

bhaskarhindi.com

ନୂଆଦିଲ୍ଲୀ : ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ବବିଦ୍ୟାଳୟରେ ହୋଇଥିବା ହିଂସା ମାମଲାରେ ଦିଲ୍ଲୀ ପୁଲିସ ଆଜି ବଡ଼ ପଦକ୍ଷେପ ନେଇଛି। ମାମଲାର ତଦନ୍ତ କରୁଥିବା ପୁଲିସ ଟିମ୍‌ ୭୦ ଜଣ ଦଙ୍ଗାକାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଫଟୋ ଜାରି କରିଛନ୍ତି। ଜାମିଆ ନଗର ଏବଂ ଫ୍ରେଣ୍ଡ୍‌ସ କଲୋନୀ ଅଂଚଳରେ ବଡ଼ ଧରଣର ହିଂସା ଯୋଗୁଁ ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଥିଲା। ଏହି ଦଙ୍ଗାକାରୀମାନଙ୍କୁ ଗିରଫ କରିବା ପାଇଁ ଏବେ ଜୋର୍‌ଦାର ପ୍ରୟାସ ଆରମ୍ଭ ହୋଇଛି। ଦଙ୍ଗାକାରୀଙ୍କ ସଂପର୍କରେ ସୂଚନା ପାଇଁ ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି। ସଂଶୋଧିତ ନାଗରିକତା ଆଇନ (ସିଏଏ)କୁ ବିରୋଧ କରି ୧୫ ଡିସେମ୍ବରରେ ବଡ଼ ଧରଣର ହିଂସା ହୋଇଥିଲା ଏବଂ ପ୍ରାୟ ୧୬ଟି ସରାକରୀ ବସ୍‌ ଜାଳି ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe