୪୦ ବର୍ଷ କୋମାରେ ରହି ଆଖି ବୁଜିଲେ ଆଡାମ୍ସ

Advertisment
୪୦ ବର୍ଷ କୋମାରେ ରହି ଆଖି ବୁଜିଲେ ଆଡାମ୍ସ

Sunday World

ପ୍ୟା‌ରିସ୍ : ଦୀର୍ଘ ୪୦ ବର୍ଷ କାଳ କୋମାରେ ରହିବା ପରେ ୭୩ ବର୍ଷ ବୟସରେ ଆଖି ବୁଜିଛନ୍ତି ଜର୍ମାନିର ପ୍ରସିଦ୍ଧ ରକ୍ଷଣଭାଗ ଫୁଟବଲ୍ ଖେଳାଳି ଜିନ୍-ପିଏରେ-ଆଡାମ୍ସ। ମାତ୍ର ୩୩ ବର୍ଷ ବେଳେ ଡାକ୍ତରଙ୍କ ତ୍ରୁଟି ପାଇଁ କୋମାକୁ ଚାଲି ଯାଇଥିଲେ ସେ। ୧୯୮୨ ମସିହାର ଏହି ବିବାଦୀୟ ଏବଂ ମର୍ମନ୍ତୁଦ ଅଘଟଣ ସମଗ୍ର ଫୁଟ୍‌ବଲ୍ ଜଗତକୁ ଦୋହଲାଇ ଦେଇଥିଲା। ଏକ ସାଧାରଣ ଆଣ୍ଠୁ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନରେ ଭର୍ତ୍ତି ହୋଇଥିଲା ବେଳେ ଡାକ୍ତର ଭୁଲ୍‌ ବଶତଃ ତାଙ୍କୁ ମାତ୍ରାଧିକ ଡୋଜ୍‌ର ନିଶ୍ଚେତକ ଦେଇଥିଲେ। ଫଳରେ ମସ୍ତିଷ୍କାଘାତର ଶିକାର ହୋଇ ଚେତା ହରାଇଥିଲେ ଏହି ପ୍ରତିଭାବାନ ତାରକା। ତାଙ୍କର ଜାଜ୍ଜ୍ବଲ୍ୟମାନ କ୍ରୀଡ଼ା ଜୀବନ ଅକାଳରେ ଶେଷ ହୋଇଯାଇଥିଲା। ଆଡାମ୍ସ ସତୁରୀ ଦଶକରେ ଫ୍ରାନ୍ସ ପକ୍ଷରୁ ୨୨ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ମାରିଅସ୍ ଟ୍ରେସର ଓ ତାଙ୍କ ଯୋଡ଼ିକୁ ସେମାନଙ୍କ ବଳିଷ୍ଠ ରକ୍ଷଣାତ୍ମକ ଫୁଟ୍‌ବଲ୍ କଳା କୌଶଳ ପାଇଁ ‘ଦି ବ୍ଲାକ୍ ଗାର୍ଡ’ର ଉପାଧୀ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe