ଉପରାଷ୍ଟ୍ରପତି, ଆଇନ ମନ୍ତ୍ରୀଙ୍କ ବିରୋଧରେ ପିଆଇଏଲ ଖାରଜ

Advertisment
ଉପରାଷ୍ଟ୍ରପତି, ଆଇନ ମନ୍ତ୍ରୀଙ୍କ ବିରୋଧରେ ପିଆଇଏଲ ଖାରଜ

ନୂଆଦିଲ୍ଲୀ: କଲେଜିୟମ, ନ୍ୟାୟପାଳିକା ଏବଂ ସୁପ୍ରିମକୋର୍ଟଙ୍କ ବିରୋଧରେ ସର୍ବସାଧାରଣରେ ଟିପ୍ପଣୀ ଦେଉଥିବାରୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ବମ୍ବେ ହାଇକୋର୍ଟରେ ଏକ ପିଆଇଏଲ ଦାଖଲ ହୋଇଥିଲା। ତେବେ ବମ୍ବେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଏସଭି ଗଙ୍ଗପୁରୱାଲା ଏବଂ ଜଷ୍ଟିସ ସନ୍ଦୀପ ମାରନେଙ୍କ ଖଣ୍ଡପୀଠ କହିଛନ୍ତି, ଉକ୍ତ ଆବେଦନ ଉପରେ ଶୁଣାଣି କରିବାପାଇଁ ଆମେ ଇଚ୍ଛୁକ ନୁହଁ। ଖଣ୍ଡପୀଠ ଏହି ଆବେଦନକୁ ଶୁଣାଣି ପାଇଁ ଗ୍ରହଣ ନକରି ଏହାକୁ ଖାରଜ କରିଦେଇଛନ୍ତି। ବମ୍ବେ ଲୟର୍ସ ଆସୋସିଏସନ୍‌ (ବମ୍ବେ ଓକିଲ ସଂଘ) ଦ୍ବାରା ଏହି ପିଆଇଏଲ ଦାଖଲ ହୋଇଥିଲା। ୨ କାର୍ଯ୍ୟପାଳିକା ଅଧିକାରୀ ସର୍ବସାଧାରଣରେ ସୁପ୍ରିମକୋର୍ଟଙ୍କ ସମ୍ମାନ ହାନି କରିଛନ୍ତି ବୋଲି ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe