Image Courtesy: News Live
ମୁମ୍ବାଇ: ମହାରାଷ୍ଟ୍ରର ବିଦ୍ରୋହୀ ଶିବସେନା ବିଧାୟକ ଗୋଷ୍ଠୀର ନେତୃତ୍ୱ ନେଉଥିବା ଏକନାଥ ସିନ୍ଦେଙ୍କ ବିରୋଧରେ ସୋମବାର ବମ୍ବେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ) ଆଗତ କରାଯାଇଛି। ସିନ୍ଦେଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟରେ ଏକ ରାଜନୈତିକ ଅଶାନ୍ତି ସୃଷ୍ଟି ହୋଇଛି ଏବଂ ରାଜ୍ୟ ସରକାରରେ ଏକ ଆଭ୍ୟନ୍ତରୀଣ ବିଶୃଙ୍ଖଳା ସୃଷ୍ଟି ହୋଇଛି ବୋଲି ଆଗତ ମାମଲାରେ ଅଭିଯୋଗ କରାଯାଇଛି।
ମହାରାଷ୍ଟ୍ରର ସାତ ଜଣ ନାଗରିକଙ୍କ ପକ୍ଷରୁ ଆଗତ ହୋଇଥିବା ଏହି ଜନସ୍ୱାର୍ଥ ଯାଚିକାରେ ବିଦ୍ରୋହୀ ନେତାମାନଙ୍କୁ ରାଜ୍ୟକୁ ଫେରିବା ଏବଂ ସେମାନଙ୍କର କର୍ତ୍ତବ୍ୟ ପୁନଃ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ଅନୁରୋଧ କରାଯାଇଛି।
ଜରୁରୀ ଶୁଣାଣି ପାଇଁ ମୁଖ୍ୟ ବିଚାରପତି ଦୀପଙ୍କର ଦତ୍ତା ଏବଂ ବିଚାରପତି ଏମ ଏସ କାର୍ନିକଙ୍କ ଖଣ୍ଡପୀଠରେ ସୋମବାର ଏହି ଆବେଦନକୁ ଆଗତ ଖଣ୍ଡପୀଠ କହିଛନ୍ତି ଯେ ଏହା ଏକ ତାରିଖ (ଶୁଣାଣି ପାଇଁ) ନ୍ୟସ୍ତ କରିବ।
ମହାରାଷ୍ଟ୍ର ରାଜ୍ୟରେ ଘଟୁଥିବା ସାମ୍ପ୍ରତିକ ରାଜନୈତିକ ଅଶାନ୍ତି ହେତୁ ନାଗରିକଙ୍କ ସାର୍ବଜନୀନ ଅଧିକାରକୁ ଅଣଦେଖା କରାଯାଉଛି। ମନ୍ତ୍ରୀମାନେ ସେମାନଙ୍କର କର୍ତ୍ତବ୍ୟରେ ଅବହେଳା କରୁଥିବାରୁ ଏହା ସାଧାରଣ ନାଗରିକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି ବୋଲି ଆଗତ ପିଆଇଏଲ୍ରେ କୁହାଯାଇଛି।
ରାଜ୍ୟ ପାଇଁ କାମ କରିବା ପରିବର୍ତ୍ତେ ସିନ୍ଦେ ଏବଂ ଅନ୍ୟ ବିଦ୍ରୋହୀ ବିଧାୟକମାନେ ରାଜ୍ୟର ଶାସନ ମଧ୍ୟରେ ଏକ ଆଭ୍ୟନ୍ତରୀଣ ବିଶୃଙ୍ଖଳାକୁ ଉତ୍ସାହିତ କରି ବ୍ୟକ୍ତିଗତ ଲାଭ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଏଥିରେ ଦର୍ଶାଯାଇଛି।
Follow Us