ଯାତ୍ରୀଙ୍କୁ ଭଡ଼ା ଫେରାଇବାକୁ ନେଇ ବିଫଳ ହେବାରୁ ଜେଟ୍‌ ଏୟାରେଓ୍ଵଜ୍‌ ବିରୋଧରେ ସୁପ୍ରିମକୋର୍ଟରେ ରୁଜୁ ହେଲା ଜନସ୍ୱାର୍ଥ ମାମଲା

Advertisment
ଯାତ୍ରୀଙ୍କୁ ଭଡ଼ା ଫେରାଇବାକୁ ନେଇ ବିଫଳ ହେବାରୁ ଜେଟ୍‌ ଏୟାରେଓ୍ଵଜ୍‌ ବିରୋଧରେ ସୁପ୍ରିମକୋର୍ଟରେ ରୁଜୁ ହେଲା ଜନସ୍ୱାର୍ଥ ମାମଲା

newindianexpress.com

ନୂଆଦିଲ୍ଲୀ : ଜେଟ୍‌ ଏୟାରେଓ୍ଵଜ୍‌  ବିରୋଧରେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । କିଛି ଦିନ ତଳେ ଜେଟ୍‌ ଏୟାରେଓ୍ଵଜ୍‌ ନିଜର ସମସ୍ତ ବିମାନର ଉଡ଼ାଣକୁ ବନ୍ଦ କରି ଦେଇଥିଲା । ଯାହାଦ୍ୱାରା ପୂର୍ବରୁ ଟିକେଟ୍‌ ବୁକ୍‌ କରିଥିବା ଯାତ୍ରୀଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା । ଉଡ଼ାଣ ବନ୍ଦ ପରେ ଯାତ୍ରୀଙ୍କୁ ଟିକେଟର ଟଙ୍କା ଫେରାଇ ଦିଆଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଯାତ୍ରୀଙ୍କୁ କ୍ଷତିପୂରଣ ମିଳିପାରି ନାହିଁ । ଯାହା ବିରୋଧରେ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିବା ବେଳେ ଅକ୍ଟୋବର ୨୫ରେ ଏ ନେଇ ଶୁଣାଣି ହେବ ବୋଲି ଜଣାପଡ଼ିଛି । ଜଷ୍ଟିସ ଏନ୍‌ ଭି ରମନାଙ୍କ ଅଧ୍ୟକ୍ଷତାରେ ଏହି ଶୁଣାଣି କରାଯିବା ବୋଲି ସୂଚନା ରହିଛି । ବେଜୋନ କୁମାର ମିଶ୍ରାଙ୍କ ପକ୍ଷରୁ ଓକିଲ ଶଶାଙ୍କ ଦେଓ ସୁଧି ଏହି ମାମଲା ରୁଜୁ କରିଛନ୍ତି ।

Image result for jet-airways India Today

ସୂଚନା ମୁତାବକ, ଗତ ଏପ୍ରିଲରେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଜେଟ୍‌ ଏୟାରେଓ୍ଵଜ କମ୍ପାନି ଶେଷରେ ନିଜର ସମସ୍ତ ବିମାନର ଉଡ଼ାଣ ବନ୍ଦ କରି ଦେଇଥିଲା । ଏସ୍‌ବିଆଇ ସମେତ ଅନ୍ୟ ବ୍ୟାଙ୍କରୁ କମ୍ପାନି ୮,୦୫୨କୋଟି ଟଙ୍କା କରଜ କରିଥିଲେ ମଧ୍ୟ ଏହାକୁ ଫେରାଇବାରେ ଅସମର୍ଥ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe