ଯୁବକ ଆମାଜନରୁ ମଗାଇଥିଲେ ୪୦ହଜାର ଟଙ୍କିଆ ମୋବାଇଲ; ଆସିଲା ଗୋଟିଏ ଫ୍ରକ୍

Advertisment
ଯୁବକ ଆମାଜନରୁ ମଗାଇଥିଲେ ୪୦ହଜାର ଟଙ୍କିଆ ମୋବାଇଲ; ଆସିଲା ଗୋଟିଏ ଫ୍ରକ୍

news18.com

ପିଲିଭିତ: ଉତ୍ତର ପ୍ରଦେଶ ପିଲିଭିତରେ ଅନଲାଇନ ସପିଙ୍ଗ କମ୍ପାନି ଆମାଜନ ବିରୋଧରେ ଜଣେ ଯୁବକ ଠକେଇ ଅଭିଯୋଗ କରିଛନ୍ତି। ଯୁବକ ଜଣକ ଆମାଜନ ବିରୋଧରେ ଜାହାନାବାଦ ଥାନାରେ ଏକ ମାମଲା ରୁଜ୍ଜୁ କରିଛନ୍ତି। ଯୁବକଙ୍କ ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ପିଲିଭିତ ଜାହାନାବାଦ ଥାନା ଅନ୍ତର୍ଗତ କନକ ଗାଁରେ ବସବାସ କରୁଥିବା ଯୁବକ ହାରଦୀପ ସିଂହ ଅଭିଯୋଗ କରି କହିଛନ୍ତି, ଅକ୍ଟୋବର ୨୪ ତାରିଖରେ ସେ ଅନଲାଇନ ସପିଙ୍ଗ କମ୍ପାନି ଆମାଜନ ସାଇଟରୁ ୪୦ ହଜାର ଟଙ୍କାର ଏକ ମୋବାଇଲ ଅର୍ଡର କରିଥିଲେ। ଏହି ଅର୍ଡର ଘରକୁ ବି ଡେଲିଭରି ହୋଇଥିଲା। କିନ୍ତୁ ସେ ଯେତେବେଳେ ପାର୍ସଲ ବାକ୍ସଟିକୁ ଖୋଲିଥିଲେ ସେଥିରେ ଗୋଟିଏ ଫ୍ରକ ଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସେ ଭାବିଥିଲେ ବୋଧ ହୁଏ କମ୍ପାନିର ପ୍ୟାକିଂରେ କୌଣସି ପ୍ରକାର ତ୍ରୁଟି ରହିଯାଇଛି। ‌ତେଣୁ ସଙ୍ଗେସଙ୍ଗେ ହାରଦୀପ କମ୍ପାନି ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ଏହାପରେ ଯାଞ୍ଚ କରି କମ୍ପାନି ୭ ଦିନ ପରେ ଅବଗତ କରିଥିଲା କି ସେମାନଙ୍କ ତରଫରୁ ସବୁ ବ୍ୟବସ୍ଥା ଠିକ ଅଛି। କମ୍ପାନିର ଏଭଳି ପ୍ରତିକ୍ରିୟା ଶୁଣି ହାରଦୀପ କମ୍ପାନି ବିରୋଧରେ ଠକେଇ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe