Image Courtesy of News18
ନୂଆଦିଲ୍ଲୀ: ପାଇଲଟ କରୋନା ଭାଇରସ ପଜିଟିଭ ଜଣାପଡ଼ିବା ପରେ ଏୟାର ଇଣ୍ଡିଆ ଦିଲ୍ଲୀ-ମସ୍କୋ ବିମାନଟି ବିନା ଯାତ୍ରୀରେ ଉଜ୍ବେକିସ୍ତାନରୁ ନୂଆଦିଲ୍ଲୀକୁ ଫେରି ଆସିଛି। ବିମାନ ଉଡାଣ ଭରିବା ପୂର୍ବରୁ ସମସ୍ତ କ୍ରିଉ ସଦସ୍ୟ ଏବଂ ପାଇଲଟ୍ଙ୍କର କୋଭିଡ-୧୯ ପରୀକ୍ଷଣ କରାଯାଇଥିଲା। ମାତ୍ର ପାଇଲଟ୍ଙ୍କର ପଜିଟିଭ୍ ରିପୋର୍ଟକୁ ଭୁଲ୍ରେ ନେଗେଟିଭ ବୋଲି ଦର୍ଶାଯିବାରୁ ବିମାନଟି ମସ୍କୋ ଅଭିମୁଖେ ଯାତ୍ରା କରିଥିଲା।
ମାତ୍ର ଉକ୍ତ ପାଇଲଟ୍ଙ୍କର ରିପୋର୍ଟ ପଜିଟିଭ ବୋଲି ଜଣାପଡ଼ିବା ବରେ ବିମାନଟି ଉଜ୍ବେକିସ୍ତାନରୁ ବିନା ଯାତ୍ରୀରେ ନୂଆଦିଲ୍ଲୀକୁ ଫେରି ଆସିଛି। ସୂଚନାଯୋଗ୍ୟ, ଏହି ବିମାନଟି ମସ୍କୋରେ ଥିବା ଭାରତୀୟମାନଙ୍କୁ ଆଣିବାକୁ ମସ୍କୋ ଅଭିମୁଖେ ଯାତ୍ରା କରୁଥିଲା।
Follow Us