ପାଇଲଟ୍‌ ଦୀପକ ସାଠେ 'ସୋର୍ଡ‌୍ ଅଫ୍‌ ଅନର୍‌'ରେ ସମ୍ମାନିତ ଥିଲେ

Advertisment

ପୂର୍ବରୁ ବାୟୁସେନା ଯୁଦ୍ଧ ବିମାନ ଉଡ଼ାଉଥିଲେ, ମା’ଙ୍କ ଜନ୍ମଦିନରେ ସରପ୍ରାଇଜ୍‌ ଦେଇଥାନ୍ତେ

ପୂର୍ବରୁ ବାୟୁସେନା ଯୁଦ୍ଧ ବିମାନ ଉଡ଼ାଉଥିଲେ, ମା’ଙ୍କ ଜନ୍ମଦିନରେ ସରପ୍ରାଇଜ୍‌ ଦେଇଥାନ୍ତେ

ପାଇଲଟ୍‌ ଦୀପକ ସାଠେ 'ସୋର୍ଡ‌୍ ଅଫ୍‌ ଅନର୍‌'ରେ ସମ୍ମାନିତ ଥିଲେ

Job Vacancy

ନୂଆଦିଲ୍ଲୀ: କୋଝିକୋଡ ବିମାନ ଦୁର୍ଘଟଣାରେ ପ୍ରଣ ହରାଇଥିବା ମୁଖ୍ୟ ପାଇଲଟ୍‌ ଦୀପକ ବସନ୍ତ ସାଠେ ଭାରତୀୟ ବାୟୁସେନାର ଜଣେ ପୂର୍ବତନ ପାଇଲଟ୍‌ ଥିଲେ। ସେ ଯୁଦ୍ଧ ବିମାନ ଉଡ଼ାଉଥିଲେ। ତେବେ ଅବସର ପରେ ସେ ଗତ ୧୦ ବର୍ଷ ହେବ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନରେ ପାଇଲଟ୍‌ ଥିଲେ। ଏନ୍‌ଡିଏ (ଜାତୀୟ ପ୍ରତିରକ୍ଷା ଏକାଡେମି)ର ଜଣେ ପୂର୍ବତନ ଛାତ୍ର ଦୀପକ ବୋଇଙ୍ଗ୍‌ ୭୩୭ ବିମାନ ଉଡ଼ାଇବାରେ ବେଶ୍‌ ଅଭିଜ୍ଞ ଥିଲେ। କ୍ୟାପଟେନ୍‌ ଦୀପକ ଜୁଲିଏଟ୍‌ ସ୍କ୍ବାର୍ଡନ୍‌ର। ୧୯୮୧ରେ ସେ ବାୟୁ ସେନା ଏକାଡେମିରୁ ସୋର୍ଡ‌୍ ଅଫ୍‌ ଅନର୍‌ରେ ସମ୍ମାନିତ ହୋଇଥିଲେ। ତାଙ୍କୁ ୫୮ ଏନ୍‌ଡିଏ ରାଷ୍ଟ୍ରପତି ସ୍ବର୍ଣ୍ଣ ପଦକ ମିଳିଥିଲା। ଦୀପକ ପୋୱାଇରେ ତାଙ୍କ ପରିବାର ସହ ରହୁଥିଲେ।

ତାଙ୍କର ପତ୍ନୀ ଏବଂ ୨ ପୁଅ ଅଛନ୍ତି। ବଡ଼ ପୁଅ ଶାନ୍ତନୁ ଗତ ମାର୍ଚ୍ଚ ୮ ତାରିଖରେ ବିବାହ କରିଥିଲେ। ସେ ଆମେରିକାରେ ଚାକିରି କରିଛନ୍ତି। ଅନ୍ୟପକ୍ଷେ ସାନ ପୁଅ ଧନଞ୍ଜୟ ବେଙ୍ଗାଲୁରୁର ଏକ କର୍ପେରେଟ୍‌ କମ୍ପାନିରେ ଚାକିରି କରିଛନ୍ତି। ତେବେ ଦୀପକ ଏୟାର ଏକ୍ସପ୍ରେସ୍‌କୁ ଯିବା‌ ପୂର୍ବରୁ ସେ ଏୟାରବସ୍‌ ୩୧୦ ଉଡ଼ାଉଥିଲେ। ବିମାନ ଉଡ଼ାଇବାପାଇଁ ତାଙ୍କର ଏକ ସ୍ବତନ୍ତ୍ର ରୁଚି ଥିଲା। କ୍ୟାପଟେନ୍‌ ଦୀପକ ଶାଠେଙ୍କ ମା'ଙ୍କର ଜନ୍ମଦିନ ଆଜି ଥିଲା। ସେ ନାଗପୁର ଯାଇ ତାଙ୍କ ମା'ଙ୍କୁ ଏକ ସରପ୍ରାଇଜ୍‌ ‌ଦେବାକୁ ଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe