ସଜାଗ୍‌ ପାଇଲଟ୍‌ଙ୍କ ସତର୍କତା ଯୋଗୁଁ ସୁରକ୍ଷିତ ରହିଲା ୧୮୦ ଯାତ୍ରୀଙ୍କ ଜୀବନ, ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ଇଣ୍ଡିଗୋ ବିମାନ

Advertisment
ସଜାଗ୍‌ ପାଇଲଟ୍‌ଙ୍କ ସତର୍କତା ଯୋଗୁଁ ସୁରକ୍ଷିତ ରହିଲା ୧୮୦ ଯାତ୍ରୀଙ୍କ ଜୀବନ, ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ଇଣ୍ଡିଗୋ ବିମାନ

http://zeenews.india.com

ରାଞ୍ଚି: ଜଣେ ସଜାଗ୍‌ ପାଇଲଟ୍‌ଙ୍କ ସତର୍କତା ଯୋଗୁଁ ଆଜି ୧୮୦ ଜଣ ଇଣ୍ଡିଗୋ ବିମାନ ଯାତ୍ରୀଙ୍କ ଅମୂଲ୍ୟ ଜୀବନ ସୁରକ୍ଷିତ ରହି ପାରିଥିବା ଜାଣିବାକୁ ମିଳିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଆଜି ପୂର୍ବାହ୍ନରେ ରାଞ୍ଚିର ବିର୍ସା ମୁଣ୍ଡା ବିମାନ ବନ୍ଦରରୁ ଇଣ୍ଡିଗୋର ୬ଇ ୩୯୮ ନମ୍ବର ବିଶିଷ୍ଟ ବିମାନଟି ରାଞ୍ଚିରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷକରି ‘ଟେକ୍‌ଅପ୍‌’ ନେବାକୁ ଅପେକ୍ଷା କରି ରହିଥିଲା। ଏହି ବିମାନଟିରେ ୧୮୦ ଜଣ ଯାତ୍ରୀ ସବାର ଥିଲେ। ତେବେ, ‘ଟେକ୍‌ଅପ୍‌’ ପାଇଁ ପୂର୍ବାହ୍ନ ୯ଟା ୩୫ ମିନିଟରେ ବିମାନଟି ରନ୍‌େଓ୍ଵରେ ଯାତ୍ରା ଆରମ୍ଭ କରିଥିଲା। ତେବେ, ଏହି ସମୟରେ ବିମାନର ପାଇଲଟ୍‌ ବିମାନରେ କିଛି ଗୁରୁତର ଯାନ୍ତ୍ରିକ ତ୍ରୁଟି ରହିଥିବା ପରିଲକ୍ଷିତ କରିଥିଲେ। ଏ ପରିସ୍ଥିତିରେ ପାଇଲଟ୍‌ ଜଣକ ଆଉ ବିମାନଟିର ‘ଟେକ୍‌ଅପ୍‌’ ନ କରି ବିମାନଟିକୁ ବିମାନ ବନ୍ଦରକୁ ଫେରାଇ ଆଣିଥିଲେ। ବିମାନରେ ପାଇଲଟ୍‌ଙ୍କ ଦ୍ୱାରା ଠାବ ହୋଇଥିବା ଯନ୍ତ୍ରିକ ତ୍ରୁଟିକୁ ମରାମତି କରିବା ପାଇଁ ଇଞ୍ଜିନିୟରମାନଙ୍କୁ ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗି ଯାଇଥିଲା। ବିମାନଟିର ମରାମତି ଶେଷ ହେବାପରେ ମଧ୍ୟାହ୍ନ ୧୨ଟା ପରେ ଇଣ୍ଡିଗୋର ସଂପୃକ୍ତ ବିମାନଟି ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା। ଏହି ଘଟଣାକୁ କେନ୍ଦ୍ରକରି ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଥିଲା।

ତେବେ, ଆଜିର ଏହି ଘଟଣା ଇଣ୍ଡିଗୋ ବିମାନରେ ନିରାପଦ ଯାତ୍ରା ଉପରେ ଆଉଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe