ମୋଦୀଙ୍କ ବିରୋଧରେ ଲେଖି ଚାକିରିରୁ ତଡା ଖାଇଲେ ପାଇଲଟ

ମୋଦୀଙ୍କ ବିରୋଧରେ ଲେଖି ଚାକିରିରୁ ତଡା ଖାଇଲେ ପାଇଲଟ

News Nation

ନୂଆଦିଲ୍ଲୀ: ମୋଦୀଙ୍କ ବିରୋଧରେ ସୋସିଆଲ ମିଡିଆରେ ଲେଖିବା ଜଣେ ପାଇଲଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି | ଏଥିପାଇଁ ତାଙ୍କୁ ଚାକିରି ହରାଇବାକୁ ପଡିଛି | ବିମାନ ଚଳାଚଳ କମ୍ପାନୀ ଗୋ ଏୟାର ଶୁକ୍ରବାର ଦିନ ଜଣେ ବରିଷ୍ଠ ପାଇଲଟଙ୍କୁ ଚାକିରିରୁ ବାହାର କରିଦେଇଛି | ମିଳିଥିବା ସୂଚନା ମୁତାବକ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପୋଷ୍ଟ କରିଥିବାରୁ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ ପାଇଲଟ ଜଣକ କିଛି ଟ୍ୱିଟ୍ ପୋଷ୍ଟ କରିଥିଲେ ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା |

ଏହି ମାମଲା ବାବଦରେ ଜାଣିବା ପରେ କମ୍ପାନୀ ପାଇଲଟଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କହିଛି ଯେ ଏହି ଘଟଣାରେ କମ୍ପାନୀର କୌଣସି ସମ୍ପର୍କ ନାହିଁ। କମ୍ପାନୀ ଏକ ବିବୃତି ଜାରି କରି କହିଛି ଯେ "ଗୋ ଏୟାରରେ ସମସ୍ତ କର୍ମଚାରୀଙ୍କ ପାଇଁ କମ୍ପାନୀର ନିଯୁକ୍ତି ନିୟମ, ନିୟମାବଳୀ ଏବଂ ନୀତି ଅନୁସରଣ କରିବା ବାଧ୍ୟତାମୂଳକ ଅଟେ। ଆଉ ସୋସିଆଲ ମିଡ଼ିଆରେ ପୋଷ୍ଟ ବି କମ୍ପାନୀ ନିୟମ ଅଧୀନରେ ଆସୁଛି | ବିମାନ କମ୍ପାନୀ କୌଣସି ବ୍ୟକ୍ତିଙ୍କ ବ୍ୟକ୍ତିଗତ ବିବୃତି ଏବଂ ମତାମତ ସହିତ ନିଜକୁ ଯୋଡ଼େ ନାହିଁ। ତେଣୁ ଗୋ ଏୟାର ତୁରନ୍ତ କ୍ୟାପଟେନଙ୍କ ସେବାକୁ ବନ୍ଦ କରି ଦେଇଛି।’’

ମିଳିଥିବା ସୂଚନା ମୁତାବକ କମ୍ପାନୀର ନୀତି ଅନୁଯାୟୀ ପାଇଲଟଙ୍କୁ କ୍ଷମା ମାଗିବାକୁ କୁହାଯାଇଛି। ଏହା ପରେ ବହିଷ୍କୃତ ପାଇଲଟ୍ ଟ୍ୱିଟ୍ କରି ଏ ସମ୍ପର୍କରେ କ୍ଷମା ମାଗିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, "ମୁଁ ପ୍ରଧାନମନ୍ତ୍ରୀ ବାବଦରେ ଲେଖିଥିବା ଟୁଇଟ୍ ଏବଂ ଅନ୍ୟ ଆପତ୍ତିଜନକ ଟ୍ୱିଟ୍ ପାଇଁ କ୍ଷମା ମାଗୁଛି। ଏହା ମୋର ବ୍ୟକ୍ତିଗତ ଦୃଷ୍ଟିକୋଣ ଥିଲା। ମୁଁ ମୋର କାର୍ଯ୍ୟକଳାପ ପାଇଁ କ୍ଷମା ମାଗିବାକୁ ଚାହେଁ ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe