ଉଡୁଥିଲା ବିିମାନ, ଶୋଇଗଲେ ପାଇଲଟ୍‌ ! ଟ୍ରାଫିକ୍‌ ସହ ଯୋଗାଯୋଗ ଛିନ୍ନ ହେବାରୁ ପଡ଼ିଗଲା ହାହାକାର

Advertisment
ଉଡୁଥିଲା ବିିମାନ, ଶୋଇଗଲେ ପାଇଲଟ୍‌ ! ଟ୍ରାଫିକ୍‌ ସହ ଯୋଗାଯୋଗ ଛିନ୍ନ ହେବାରୁ ପଡ଼ିଗଲା ହାହାକାର

ନୂଆଦିଲ୍ଲୀ: ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବିମାନ ଚାଳକଙ୍କୁ ଆକାଶ ମଝିରେ ଆସିଗଲା ନିଦ! ଥରେ ଭାବନ୍ତୁ ତ, ବିମାନ ସହ ୧୦ ମିନିଟ୍‌ ପର୍ଯ୍ୟନ୍ତ ଯୋଗାଯୋଗ ଛିନ୍ନ ହେବା ପରେ ଅଧିକାରୀମାନେ କିପରି ବିଚଳିତ ହୋଇଥିବେ। ଅଧିକାରୀମାନେ ତ ଭାବି ଦେଇଥିଲେ ଯେ ଆତଙ୍କବାଦୀମ‌ାନେ ବିମାନଟିକୁ ହାଇଜାକ୍‌ କରିଛନ୍ତି। ଏହା ଭିତରେ ସେମାନେ ଯୁଦ୍ଧ ବିମାନକୁ ବି ପ୍ରସ୍ତୁତ କରି ସାରିଥିଲେ। ମାତ୍ର ୧୦ ମିନିଟ୍‌ ପରେ ଜଣାପଡ଼ିଲା ଯେ ସେପରି କିଛି ବି ଘଟି ନଥିଲା। ବରଂ ବିମାନ ଚାଳକଙ୍କର ସାମାନ୍ୟ ଆଖି ଲାଖି ଯାଇଥିଲା।

ମାମଲାଟି ହେଉଛି ଇଟାଲିର। ବିମାନ ଚାଳକ ଜଣକ ଇଟାଲିର ଷ୍ଟେଟ୍‌ ଏୟାର୍‌ଲାଇନ୍ସ ପାଇଁ କାମ କରନ୍ତି। ଇଟାଲି ଖବରକାଗଜ ରିପବ୍ଲିକା ମୁତାବକ, ବିମାନ ଆଇଟିଏ ଏୟାରୱେଜ୍‌ ଏଜେଡ୍‌୬୦୯ ଯାତ୍ରୀବାହୀ ବିମାନର ୨ ଜଣ ଚାଳକ ଏପ୍ରିଲ୍‌ ୩୦ ତାରିଖରେ ନ୍ୟୁୟର୍କରୁ ରୋମ ଯିବା ବାଟରେ ଏୟାର୍‌ବସ୍‌ ୩୩୦କୁ ଚଳାଉଥିବା ବେଳେ ମଝି ଆକାଶରେ ଶୋଇପଡ଼ିଥିଲେ।

ରିପୋର୍ଟ ମୁତାବକ, ବିମାନର ସହ-ପାଇଲଟ୍‌ ସ୍ଥିରୀକୃତ ପ୍ରକ୍ରିୟା ଅନୁସାରେ ବିଶ୍ରାମ ନେଉଥିଲେ। ସେ ସମୟରେ ବିମାନର ପୂରା ଦାୟିତ୍ବ ପାଇଲଟଙ୍କ ଉପରେ ଥିଲା। ବିମାନଟି ସେତେ ବେଳେ ଅଟୋପାଇଲଟରେ ଥିଲା। ମାତ୍ର ବିମାନ ଚାଳକ ଶୋଇପଡ଼ିଥିବାରୁ ବିମାନ ସହ ୧୦ ମିନିଟ୍‌ ପର୍ଯ୍ୟନ୍ତ କୌଣସି  ଯୋଗାଯୋଗ ହୋଇପାରି ନଥିଲା।

ବିମାନଟି ଫ୍ରାନ୍ସରେ ପ୍ରବେଶ କରିବା ପରେ ଶେଷ ସୂଚନା ଦେଇଥିଲା। ଏହାପରେ ସେ ଏୟାର୍‌ ଟ୍ରଫିକ୍‌ କଣ୍ଟ୍ରୋଲ୍‌କୁ ନିଜ ଲୋକେସନ୍‌ ଦେବା ବନ୍ଦ କରି ଦେଇଥିଲା।  ଏୟାର୍‌  ଟ୍ରଫିକ୍‌ କଣ୍ଟ୍ରୋଲ୍‌ ଲଗାତର ଯୋଗାଯୋଗ କରିବାକୁ ଚେଷ୍ଟା କରିବା ପରେ ଶେଷରେ ବିମାନ ଚାଳକ ଜବାବ ଦେଇଥିଲେ। ଆଇଟିଏ ଏୟାରୱେଜ୍‌ ଏହି ଘଟଣାର ତଦନ୍ତ କରି ପାଇଲଟ୍‌କୁ ଦୋଷୀ ସାବ୍ୟସ୍ତ କରି ଚାକିରିରୁ କାଢ଼ି ଦେଇଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe