ପିଲଭିତ୍ ଏନକାଉଣ୍ଟରର ପ୍ରତିଶୋଧ ମହାକୁମ୍ଭରେ ନେବୁ: ପନ୍ନୁଙ୍କ ଧମକ

Advertisment

ପିଲିଭିତ୍‌ରେ ୩ଜଣ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଏନକାଉଣ୍ଟର କରାଯିବା ପରେ ଏବେ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ପ୍ରତିଶୋଧ ନେବାକୁ ଧମକ ଦେଇଛନ୍ତି। ପନ୍ନୁ ମହାକୁମ୍ଭ ମେଳାରେ ପ୍ରତିଶୋଧ ନେବାକୁ ସେ ଚେତାବନୀ ଦେଇଛନ୍ତି...

ପିଲିଭିତ୍‌ରେ ୩ଜଣ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଏନକାଉଣ୍ଟର କରାଯିବା ପରେ ଏବେ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ପ୍ରତିଶୋଧ ନେବାକୁ ଧମକ ଦେଇଛନ୍ତି। ପନ୍ନୁ ମହାକୁମ୍ଭ ମେଳାରେ ପ୍ରତିଶୋଧ ନେବାକୁ ସେ ଚେତାବନୀ ଦେଇଛନ୍ତି...

gurpatwant-singh-pannu

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପିଲିଭିତ୍‌ରେ  ଗୋଟିଏ ଦିନ ପୂର୍ବରୁ  ୩ଜଣ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଏନକାଉଣ୍ଟର ପରେ ଆମେରିକାରେ ଥିବା ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ପ୍ରତିଶୋଧ ନେବେ ବୋଲି ଧମକ ଦେଇଛନ୍ତି। ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ମେଳାରେ ପନ୍ନୁ ପ୍ରତିଶୋଧ ନେବାକୁ ଚେତାବନୀ ଦେଇଛନ୍ତି। ମୃତ ଆତଙ୍କବାଦୀଙ୍କ ପରିବାରକୁ ସେ ୫ଲକ୍ଷ ଟଙ୍କା  ପ୍ରଦାନ କରିବାକୁ ଘୋଷଣା କରିବା ସହିତଏକ ଅଲଗା ଖାଲିସ୍ତାନ ଗଠନ ପାଇଁ ଦାବି କରିଛନ୍ତି ।

ନିଷିଦ୍ଧ ସଂଗଠନ ଶିଖ୍ ଫର ଜଷ୍ଟିସ୍ (ଏସଏଫଜେ)ର ଗୁରୁପତୱନ୍ତ ସିଂ ପନ୍ନୁ ଏକ ଭିଡିଓ ରିଲିଜ୍ କରି ଏଭଳି ଧମକ ଦେଇଛନ୍ତି। ସେ ଖୋଲାଖୋଲି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ମହାକୁମ୍ଭ ୨୦୨୫  ହିନ୍ଦୁତ୍ୱର ଶେଷ ମହାକୁମ୍ଭ ହେବ।

ସୂଚନାଯୋଗ୍ୟ, ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା ଖାଲିସ୍ତାନୀ ଆତଙ୍କବାଦୀ ଏବଂ ଗୁରୁପତୱନ୍ତ ସିଂ ପନ୍ନୁଙ୍କ ବିରୋଧରେ ଭାରତ ବିରୋଧୀ କାର୍ଯ୍ୟକଳାପରେ ୬ ଟି ମାମଲାର ତଦନ୍ତ କରୁଛି। ପନ୍ନୁ ଖାଲିସ୍ତାନ ସମର୍ଥକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଏବଂ ଭାରତ ସରକାରଙ୍କ ବିରୋଧରେ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି।

ଆମେରିକାରେ ରହୁଥିବା ପନ୍ନୁ ପ୍ରଥମେ ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ ନଜରକୁ ଆସିଥିଲେ ଯେତେବେଳେ ସେ ଶିଖ ପ୍ରବାସୀମାନଙ୍କ ମଧ୍ୟରେ 'ରେଫରେଣ୍ଡମ ୨୦୨୦' ପ୍ରସଙ୍ଗ ଉଠାଇଥିଲେ। ସେହି ସମୟ ମଧ୍ୟରେ ପଞ୍ଜାବରେ ଖାଲିସ୍ତାନ ସମର୍ଥକ  ବୃଦ୍ଧି ପାଇଥିଲା।

ଅଧିକ ପଢ଼ନ୍ତୁ:  ଅଲୁଙ୍କୁ ପୁଲିସ୍‌ ପଚାରିଲା ଏହି ୪ ପ୍ରଶ୍ନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe