ଓଡ଼ିଶାର ୫ଟି ଦାବି ଉପରେ ଗୁରୁତ୍ବ ଦିଆଯିବ : ପିନାକୀ ମିଶ୍ର

ଏନ୍‌ପିଡିଆର୍‌ଆର୍‌ କମିଟିରେ ପିନାକୀ

youtube.com

ନୂଆଦିଲ୍ଲୀ : ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ଗୁଡ଼ିକୁ ସଂସଦରେ ଜୋରଦାର୍ ଉପସ୍ଥାପନ କରାଯିବ। ସଂସଦରେ ଓଡ଼ିଶାର ୫ଟି ଦାବି ଉପରେ ଗୁରୁତ୍ବ ଦିଆଯିବ । ରେଳ ପ୍ରକଳ୍ପକୁ ପ୍ରାଥମିକତା ଦେବା ସହ ପାଣ୍ଠି ରିଲିଜ୍ କରିବା, ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ, ମହାନଦୀ ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ୫ ଲକ୍ଷ ଗୃହ ଯୋଗାଇଦେବା, ପିଇବା ପାଣି ଓ ଜଳ ସେଚନ ପାଇଁ ପାଣି ଯୋଗାଇଦେବା ଆଦି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଗତକାଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିନାକୀ ମିଶ୍ରଙ୍କୁ ଲୋକସଭାରେ ବିଜେଡି ସଂସଦୀୟ ଦଳର ନେତା ରୂପେ ନିଯୁକ୍ତି କରିଥିଲେ।

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ବୟ ରଖି ବିଭିନ୍ନ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ପଡ଼ିବ ବୋଲି ସେ ଗୁରୁତ୍ବାରୋପ କରିଥିଲେ। ଫନି ବାତ୍ୟା ପାଇଁ ସହାୟତା ଓ ସ୍ବତନ୍ତ୍ର ପ୍ୟାକେଜ୍ ତଥା ପୁରୀ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ପ୍ରଦାନ କରାଯିବାକୁ ନେଇ ଦାବି ଉପସ୍ଥାପନ କରାଯିବ। ଦଳଗତ ନିର୍ବିଶେଷରେ ଓଡ଼ିଶାର ସ୍ବାର୍ଥ ପାଇଁ ସମସ୍ତ ସାଂସଦଙ୍କୁ ଏକତ୍ରିତ ହୋଇ ଓଡ଼ିଶା ପାଇଁ କାମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ସେ ପୁଣି କହିଥିଲେ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ଠାରୁ ଓଡ଼ିଶା ଅନେକ କିଛି ଆଶା କରୁଛି। ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୋଦୀ କ୍ୟାବିନେଟ୍‌ରେ ଗୁରୁତ୍ବପୂର୍ଣ୍ଣ ଭୂମିକା ମିଳିଛି। ଇସ୍ପାତ କ୍ଷେତ୍ରରେ ପୁଞ୍ଜି ନିବେଶ କରାଗଲେ ରାଜ୍ୟର ବେକାରୀ ଯୁବକମାନେ ଚାକିରୀ ପାଇବେ ବୋଲି ପିନାକୀ ମତପୋଷଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe